ସୋହେଲା: ୪ ଜୁଆଡ଼ି ଗିରଫ

ସୋହେଲା: ସୋହେଲା ପୋଲିସ ମଙ୍ଗଳବାର ସନ୍ଧ୍ୟାରେ କେନ୍ଦମୁଣ୍ଡି ଗାଁ କଲ୍ୟାଣ ମଣ୍ଡପରେ ଚାଲିଥିବା ଜୁଆ ଖେଳ ଉପରେ ଚଢ଼ଉ କରି ୪ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନେ ହେଲେ କେନ୍ଦମୁଣ୍ଡି ଗାଁର ଲକପତି କଲେତ (୫୮), ବଟକୃଷ୍ଣ ବାରିକ (୫୫), ରାମ ପଧାନ (୫୫) ଓ ମଙ୍ଗଳପାଲି ଗାଁର ସୁଶୀଳ ନାଗ (୪୫)। ଗାଁ କଲ୍ୟାଣ ମଣ୍ଡପରେ ଜୁଆ ଖେଳ ଚାଲିଥିବା ସୂଚନା ପାଇ ସୋହେଲା ଥାନା ଆଇଆଇସି ରାଜେନ୍ଦ୍ର ସିଅଲଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ସ୍ୱପ୍ନାରାଣୀ ଗୋଛାୟତ, ଏଏସ୍‌ଆଇ ରାଜେନ୍ଦ୍ର ସାହୁ, ଏଏସ୍‌ଆଇ ଜି.ଡି. ସାହୁ, ହାବିଲଦାର ନିରାକାର ବିଶ୍ୱାଳ ପ୍ରମୁଖ ଚଢ଼ଉ କରିଥିଲେ। ସେଠାରୁ ୯୩୦ ଟଙ୍କା ଓ ଗୋଟିଏ ତାସ ପୁଡ଼ିଆ ଜବତ କରିବା ସହ ଉପରୋକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଏ ନେଇ ଥାନା କେସ୍‌ ନଂ. ୨୩୪/୧୭ରେ ମାମଲା ରୁଜୁ ହୋଇଥିବା ବେଳେ ବୁଧବାର ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଶ୍ରୀ ସିଅଲ କହିଛନ୍ତି।

ସମ୍ବନ୍ଧିତ ଖବର