ବରପାଲି: ଶାରୀରିକ ଅକ୍ଷମ ଥିଲେ ମଧ୍ୟ ଅଦମ୍ୟ ସାହସ ଓ ଦୃଢ଼ ଇଚ୍ଛାଶକ୍ତି ମଣିଷକୁ ବଳବାନ କରିଥାଏ। ଏହା ପ୍ରମାଣିତ କରି ଦେଖାଇଛନ୍ତି ବରପାଲି କେନାଲ ରୋଡ଼ ସ୍ଥିତ ସୀମାଞ୍ଚଳମ ଭୋଇ । କେବଳ ମାତ୍ର ୧୫ ଦିନରେ ୫ଟି ରାଜ୍ୟରୁ ୫୪୭୪ କିଲୋମିଟର ସଡ଼କ ପଥରେ ପରିଭ୍ରମଣ କରି ଜଣେ ଶାରୀରିକ ଅକ୍ଷମ ଥିବା ଛାତ୍ର ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ବରପାଲି ତଥା ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।

Advertisment

 ବାପା ଧର୍ମେନ୍ଦ୍ର ଭୋଇ ଓ ମାତା କଲ୍ୟାଣୀ କାଲସାଏଙ୍କ ପୁଅ ସୀମାଞ୍ଚଳମ୍ ପିଲାଟି ଦିନରୁ ଶାରୀରିକ ଭାବେ ଅକ୍ଷମ। ସେ ଚାଲି ପାରନ୍ତିନାହିଁ। କିନ୍ତୁ କେବେ ହେଲେ ନିଜକୁ ସେଭଳି ଅନୁଭବ୍ କରନ୍ତି ନାହିଁ । ନିଜେ କିଛି କରି ଦେଖାଇବାର୍ ଦୃଢ଼ ପ୍ରୟାସ ରଖିଥାନ୍ତି। ନୂଆଁ ନୂଆଁ ଜାଗା ବୁଲିବା, ଲୋକଙ୍କ ସହ ମିଶିବା, ଆମୋଦପ୍ରମୋଦ ହେବା ତାଙ୍କ ଭାରି ପସନ୍ଦ।

ତାଙ୍କ ପ୍ରୟାସ ଯୋଗୁ ସେ ଭାରତର୍ ଏକ ଗୌରବମୟ ରେକର୍ଡ ସୃଷ୍ଟି କରିପାରିଛନ୍ତି । ଏଥିପାଇଁ ସେ କୁହନ୍ତି ଯେ, ଭଗବାନ ଓ ପରିବାରରେ ନିଜ ମାତାପିତାଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ରହିଛି। ତେଣୁ ସେ ସବୁ ଲକ୍ଷ୍ୟ ହାସଲ କରିପାରୁଛନ୍ତି ବୋଲି କହିଛନ୍ତି । ରେକର୍ଡ ସମ୍ପର୍କରେ ସେ ଆହୁରି କହିଛନ୍ତି ଯେ ଗତ ନଭେମ୍ବର ୨ରୁ ନଭେମ୍ବର ୧୭ ତାରିଖ ଯାଏ ଦୀର୍ଘ ୧୫ ଦିନ ଧରି ଓଡିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଭଳି ରାଜ୍ୟର ପ୍ରମୁଖ ତୀର୍ଥସ୍ଥଳୀ ଓ ଜ୍ୟୋତିଲିଙ୍ଗ ପରିଭ୍ରମଣ କରିଥିଲି ।

ଏଥିପାଇଁ ସେ ପୂର୍ବରୁ ଯୋଜନା କରିଥିଲେ। ଏହି ଯାତ୍ର ପାଇଁ ପରିବାରରୁ ମା ବାପା ସହଯୋଗ କରିଥିଲେ ବୋଲି ସେ କହିଛନ୍ତି । ତେବେ ଏହି ପୁରସ୍କାର ତାଙ୍କ ପ୍ରେରଣା ସହ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ଓ ଆଗକୁ ନିଶ୍ଚିତ ବଡ଼ ରେକର୍ଡ ଦିଗରେ କାର୍ଯ୍ୟ କରିବି ବୋଲି ମତବ୍ୟକ୍ତ କରିଥିଲେ ।