ସାହେଲା : ଗତକାଲି ସଂଘଟିତ ବରଗଡ଼ ଜିଲ୍ଲା ସୋହେଲା ଗୁଳିକାଣ୍ଡ ଘଟଣାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ଏହି ଘଟଣାରେ ପୁଲିସ୍ ଆଜି ଭଟଲିର ବିଜେପି ଯୁବ ନେତା ଈରାଶିଷ ଆଚାର୍ଯ୍ୟଙ୍କୁ ବରଗଡ଼ ପୁଲିସ ପ୍ରାୟ ଦୁଇଘଣ୍ଟା ଧରି ଜେରା କରିଛି। ଅନ୍ୟପକ୍ଷରେ, ମନ୍ତ୍ରୀ ସୁଶାନ୍ତ ସିଂ ଏବଂ ପୂର୍ବତନ ମନ୍ତ୍ରୀ ତଥା ବିଜେପି ମନ୍ତ୍ରୀ ଜୟନାରାୟଣ ମିଶ୍ର ମୁହାଁମୁହିଁ ହୋଇଥିବା ଦେଖିବାକୁ ମିଳିଛି।
ଗତକାଲି ରାତିରେ ସ୍ଥାନୀୟ ବାଞ୍ଜିପଡ଼ାର ମନ ମାଝୀ, ପଞ୍ଚାନନ ବେହେରା, ମୀନକେତନ ବରିହା, ଗଙ୍ଗା ବାଙ୍କ ଏବଂ ଅନ୍ୟ କେତେକଙ୍କ ସହ ବସି ସତ୍ୟ ନାରାୟଣ କଥାବାର୍ତ୍ତା ହେଉଥିଲେ। ଏହି ସମୟରେ ସୋହେଲାର ଅଶ୍ୱିନୀ ସୁନା, ହବିବ୍ ମହମ୍ମଦ ଏବଂ ଅନ୍ୟ ଜଣେ ଯୁବକ ଏକ ବାଇକ୍ରେ ସେଠାକୁ ଆସିଥିଲେ। ଅଶ୍ୱିନୀ ବାଇକ୍ରୁ ଓହ୍ଲାଇ ବନ୍ଧୁକ ବାହାର କରି ଗାଳି ଗୁଲଜ କରିଥିଲା। ଏଠାରେ ବସି ବିଜେଡି ରାଜନୀତି କରୁଛ, ତୁମକୁ ମର୍ଡର କରିବାର ଅଛି କହି ୪ ରାଉଣ୍ଡ ଗୁଳି ଚଳାଇଥିଲା। ସେଥିରୁ ୨ଟି ନାରାୟଣଙ୍କ ଦେହରେ ବାଜିଥିବା ବେଳେ ଅନ୍ୟମାନେ ଜୀବନ ବିକଳରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ନାରାୟଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଘଟଣା ପରେ ସୋହେଲାରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ସହ ବସ୍ତିରେ ଫ୍ଲାଗ ମାର୍ଚ୍ଚ କରାଯାଇଛି।
ପୁଲିସ୍ ଭଟଲିର ବିଜେପି ଯୁବ ନେତା ଈରାଶିଷ ଆଚାର୍ଯ୍ୟଙ୍କୁ ବରଗଡ଼ ପୁଲିସ ପ୍ରାୟ ଦୁଇଘଣ୍ଟା ଧରି ଜେରା କରିଛି। ଅନ୍ୟପକ୍ଷରେ, ସୋହେଲା ଗୁଳିକାଣ୍ଡ ଘଟଣାରେ ମନ୍ତ୍ରୀ ସୁଶାନ୍ତ ସିଂ ସିଧାସଳଖ ପୂର୍ବ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍ କରିଛନ୍ତି। ବନାବିରା ରାଜନୈତିକ ହିଂସା ଘଟଣାରେ ସୋହେଲା ଜେଲ୍ରେ ଥିବା ଜୟନାରୟଣ ଜାମିନରେ ବାହାରିବା ପରେ ପୁଣି ହିଂସା ଦେଖାଦେଇଛି। ଗୁଳିମାଡ଼ରେ ଆହତ ସତ୍ୟ ନାରାୟଣ ବିଜେଡି ସମର୍ଥକ ହୋଇଥିବାରୁ ବିରୋଧୀ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିବା ମନ୍ତ୍ରୀ ସିଂ କହିଛନ୍ତି। ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ବନ୍ଧୁକ ମୁନରେ ରାଜନୀତି କରୁଛନ୍ତି ବୋଲି ମନ୍ତ୍ରୀ ସିଂ ସିଧାସଳଖ ଆରୋପ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/SBPHO25-Sohela-Gulikanda-Pare-Dokan-Podi.jpg)