ଗାଇସିଲାଟ୍: ଗାଇସିଲାଟ୍ ବ୍ଲକ ସରଗିପାଲି ଗ୍ରାମର ମହୁଲବାହାଲିଠାରେ ମଙ୍ଗଳବାର ଦିନ ଗାଇସିଲାଟ୍ ପୁଲିସ୍ ଏକ ଗଳିତ ଶବ ଉଦ୍ଧାର କରିଛି। ମୃତକର ପିନ୍ଧିଥିବା ଜିନ୍ସ ପ୍ୟାଣ୍ଟରୁ ପାସ୍ପୋର୍ଟ ଫଟୋ, ଆଧାର କାର୍ଡ, ଟ୍ରେନ୍ ଟିକେଟ୍ ପୁଲିସ୍ ଜବତ କରିଛି। ତଦନୁସାରେ ଯୁବକ ଜଣକ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମି ଜିଲ୍ଲାର ପରସୁଡିସି ଥାନା ତିଲକାଗଡ଼ ଗ୍ରାମର କୁଣ୍ଡିଆ ଜାୟିକାଙ୍କ ପୁତ୍ର ରାଜେଶ ଜାୟିକା (୩୭) ବୋଲି ଜଣାପଡିଛି। ସେ ଟାଟାନଗରରୁ ବଲାଙ୍ଗୀର ଅଭିମୁଖେ ଯାତ୍ରା କରୁଥିଲେ। ଗାଇସିଲାଟ୍ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବୁଧବାର ସାଇଣ୍ଟିଫିକ୍ ଦଳ ଆସି ଘଟଣାସ୍ଥଳ ଯାଇ ଯାଂଚ କରିବେ ବୋଲି ଥାନାଧିକାରୀ ଠାକୁର ଦାସ ମୁର୍ମୁ ପ୍ରକାଶ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନାଧିକାରୀ ପ୍ରକାଶ କରିଛନ୍ତି।
ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2018/06/brgh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)