ବରଗଡ଼: ଆସନ୍ତାକାଲି ମଙ୍ଗଳବାର ଦିନଠାରୁ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଗୋଟିଏ ପଟେ ଜିଲ୍ଲାରେ କ୍ରମାଗତ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି। ଫସଲବୀମା, ମରୁଡ଼ି ସହାୟତା ଓ କ୍ଷତିପୂରଣ ବାବଦରେ ଚାଷୀ ଆନ୍ଦୋଳନକୁ ଓହ୍ଲାଉଛନ୍ତି। ଅନ୍ୟପଟେ ଚକଡ଼ା ପୋକର ପ୍ରାଦୁର୍ଭାବ ବଢି ଚାଲିଛି। ଏଭଳି ସରଗରମ୍ ପରିବେଶ ମଧ୍ୟରେ ଧାନ ସଂଗ୍ରହ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକି୍ରିୟାକୁ ସୁରୁଖୁରୁରେ ସାରିବା ପାଇଁ ିଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରସୋର ଉଦ୍ୟମ ଚାଲିଛି। ଜିଲ୍ଲାର ୫୮ଟି ପେକ୍ସ ଏବଂ ୧୬୨ଟି ପର୍ଚେଜିଂ ସେଣ୍ଟରରେ ଧାନ ସଂଗ୍ରହ ହେବ। ପ୍ରାୟ ୧୦୦ଟି ମିଲର୍ସ ଏହି ପ୍ରକ୍ରିୟାରେ ସାମିଲ ହେବେ। ଏଥର ୩ ଲକ୍ଷ ୧ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।
ଆସନ୍ତା ବର୍ଷ ଏପ୍ରିଲ ୩୦ ତାରିଖ ଯାଏଁ ଧାନ ସଂଗ୍ରହ ଚାଲିବ। ଟିଡିସିସି ଏବଂ ଯୋଗାଣ ନିଗମ ତତ୍ତ୍ୱାବଧାନରେ ଏହି ପ୍ରକ୍ରିୟା ଚାଲିବ। ଧାନ ସଂଗ୍ରହ ବ୍ୟବସ୍ଥାକୁ ସୂଚାରୁ ରୂପେ ସଂପାଦନ ପାଇଁ ପର୍ଚେଜିଂ ସେଣ୍ଟରଗୁଡିକରେ ଇଣ୍ଟରନେଟ୍ ସେବା ଉପଲବ୍ଧ ରହିଛି। ପି-ପାସ୍, ଅନ୍ଲାଇନ୍ ପେମେଣ୍ଟ ଏବଂ ପଂଜୀକରଣ ବ୍ୟବସ୍ଥା ପାଇଁ ଗତ କିଛି ଦିନ ହେଲା ଜିଲ୍ଲାସ୍ତରୀୟ ସମୀକ୍ଷା ହୋଇଛି। ସେହିପରି ଏଫ୍ଏକ୍ୟୁ, ଏମ୍ଏସ୍ପି ଏବଂ ଧାନ ସଂଗ୍ରହ ନୀତି ସଂପର୍କରେ ପେକ୍ସ ଗୁଡିକୁ ସୂଚୀତ କରାଯାଇଛି। ଚଳିତ ବର୍ଷ ଧାନ ସଂଗ୍ରହରେ ଯେଭଳି କୌଣସି ବିଭ୍ରାଟ ନହୁଏ, ସେ ନେଇ ଯଥାସମ୍ଭବ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ ଖଗେନ୍ଦ୍ର ପାଢୀ ସୂଚନା ଦେଇଛନ୍ତି।
ଧାନର କ୍ଷତିପୂରଣ ଓ ବୀମା ରାଶି ପ୍ରଦାନ ଦାବି:ପେକ୍ସ ଆଗରେ ଚାଷୀଙ୍କ ଧାରଣା
/sambad/media/post_attachments/wp-content/uploads/2017/11/strike-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)