୯ ଦଫା ଦାବି ନେଇ ଓଡ଼ିଶା ମୋଟର ଚାଳକ ସଂଘ ବରପାଲି ଶାଖାର ରାସ୍ତାରୋକ ସହ ଧାରଣା

ବରପାଲି: ବରପାଲିର ଗାନ୍ଧୀ ଛକ ନିକଟରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା ବରପାଲି ଶାଖା ପକ୍ଷରୁ ୯ ଦଫା ଦାବି ନେଇ ରାସ୍ତା ଅବରୋଧ ସହ ୧୨ଘଣ୍ଟିଆ ଧାରଣା ଦିଆଯାଇଛି।

ଏଥିରେ ଚାଳକଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ, ଶ୍ରମ ବିଭାଗ ଦ୍ବାରା ପଞ୍ଜିକୃତ କରିବା, ୬୦ ବର୍ଷରୁ ଉର୍ଦ୍ଧ୍ବ ଚାଳକଙ୍କୁ ପେନସନ ଯୋଜନାରେ ସାମିଲ କରିବା, କରୋନା ରେ ପ୍ରାଣ ହରାଇଥିବା ଚାଳକଙ୍କୁ ୫୦ଲକ୍ଷ ଟଙ୍କା ସରକାରୀ ସହାୟତା ଯୋଗାଇଦେବା, କରୋନା ସମୟରେ ଜୀବିକା ହରାଇଥିବା ଚାଳକଙ୍କୁ ୧୦ହଜାର ଟଙ୍କାର ମାସିକ ସହାୟତା ଯୋଗାଇଦେବା, ଚାଳକଙ୍କୁ କରୋନା ଯୋଦ୍ଧା ଘୋଷଣା କରିବା, ଡିଜେଲ ପେଟ୍ରୋଲ ଏବଂ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି କମାଇବା, ଚାଳକଙ୍କ ଭୋଟ ଅଧିକାରକୁ ସରକାର ମାନିନେବାଆଦି ଦାବିରେ ରାଜରାସ୍ତାକୁ ଚାଳକ ସଂଘ ସଭ୍ୟମାନେ ଓଲ୍ଲାଇ ରାସ୍ତା ଅବରୋଧ କରି ଧାରଣା ଦେଇ ପ୍ରତିବାଦ ଜଣାଇ ଏହାର ତୁରନ୍ତ ସମାଧାନ ଦାବି କରିଛନ୍ତି। ଏଥିରେ ବରପାଲି ଚାଳକ ସଂଘର ସମସ୍ତ ସଭ୍ୟ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧିତ ଖବର