ବରଗଡ଼: ନିକଟରେ ପରଲୋକ ଘଟିଥିବା ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପରିବାର ବିଜୁ ଜନତା ଦଳରେ ସାମିଲ ହୋଇ ପାରିନ୍ତି ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସୁବଳଙ୍କ ପରିବାର ଆଗାମୀ ସେପ୍ଟେମ୍ବର ୨୩ରେ କଂଗ୍ରେସ ଛାଡ଼ି ବିଜେଡ଼ିରେ ସାମିଲ ହେବେ।
Sambad is now on WhatsApp
Join and get latest news updates delivered to you via WhatsApp
ସୁବଳଙ୍କ ପରିବାର ବିଜେଡ଼ିରେ ସାମିଲ ହେବା ନେଇ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ବୁଧବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେପୁର ବିଧାନସଭା ନିର୍ବାଚନ ପାଇଁ ଉପନିର୍ବାଚନ ହେବ। ଗତ ଅଗଷ୍ଟ ୨୨ରେ ସୁବଳଙ୍କ ପରଲୋକ ଘଟିଥିଲା।
ସୂଚନାଯୋଗ୍ୟ ଯେ, ବରଗଡ଼ ଜିଲ୍ଲାରେ କଂଗ୍ରେସର ପ୍ରଭାବ ନଥିଲେ ମଧ୍ୟ ନିଜସ୍ୱ ସ୍ୱତନ୍ତ୍ର ପରିଚୟ ଯୋଗୁଁ ସ୍ୱର୍ଗତ ସୁବଳ ସାହୁ ବିଗତ ଦିନରେ ୩ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ପାରିଥିଲେ। ସେ ୨୦୦୪, ୨୦୦୯ ଓ ୨୦୧୪ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ। ୨୦୧୪ରେ ସୁବଳ ବିଜେଡ଼ିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟକୁ ପରାସ୍ତ କରି ଓଡ଼ିଶା ବିଧାନସଭାକୁ ୩ୟ ଥର ପାଇଁ ପହଞ୍ଚି ପାରିଥିଲେ।