ଅମ୍ବାଭୋନା: ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଲୁଦୁପାଲି ଗ୍ରାମ ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବକ ଦୁଷ୍ମନ୍ତ ପାତ୍ର( ୪୦) ନିଜ ପ୍ରଚେଷ୍ଟା ବଳରେ ବିଦେଶୀ ଧାନ ଅପେକ୍ଷା ପାରମ୍ପରିକ ବିଭିନ୍ନ କିସମର ଧାନ ଚାଷ ଓ ଜୈବିକ ପଦ୍ଧତିରେ ଚାଷ କରି ଅଞ୍ଚଳରେ ଚର୍ଚ୍ଚା ପାଲଟିଛନ୍ତି। ତାଙ୍କ ବାପା ଭୀମସେନ ପାତ୍ରଙ୍କ ଦେଢ ଏକର ପୈତୃକ ସମ୍ପତ୍ତି ଏବଂ ଜଳସେଚନ ସକାଶେ ନିଜ ଚାଷ ଜମିରେ ଗଭୀର ନଳକୂପ ଖନନ କରି ପାରମ୍ପରିକ ଦେଶୀ ଧାନ କଳାବତୀ, କଳାଜିରା, ଦଶମତୀ, ଆକୁଳ, ବାସମତୀ ଓ ସପୁରୀ ଆଦିି ଚାଷ କରିଛନ୍ତି।
ବିଦେଶୀ ରାସାୟନିକ ସାର ପ୍ରୟୋଗ ଦ୍ବାରା ଖାଦ୍ୟ ବିଷାକ୍ତ ହୋଇ ଯାଉଥିବାରୁ ଜୈବିକ ସାର ପ୍ରୟୋଗ କରି ଦେଶୀ ଧାନ ଫସଲ ଅମଳ କରି ଦେଖାଇଛନ୍ତି । ରାସାୟନିକ ସାର ପ୍ରୟୋଗ ନ କରି କେବଳ ପୁରାତନ ପଦ୍ଧତିରେ ଧାନ ଫସଲ କରି ରୋଗ ପ୍ରତିଷେଧକ ପାଇଁ ନିମ୍ବ ପତ୍ର ଏବଂ କଣ୍ଠି ପୋକ ପାଇଁ ଲଙ୍କା ଗୁଣ୍ତ ଏବଂ ଅରକ ଗୋରସ ଓ ଖତ ଗୋମୁତ୍ର, ଦହି, ଖତର ଛେନା ଆଦି ଜୈବିକ ସାର ପ୍ରୟୋଗ କରି ନିଜର ଫସଲକୁ ରକ୍ଷା କରିପାରିଛି ବୋଲି ଦୁଷ୍ମନ୍ତ ପାତ୍ର ପ୍ରକାଶ କରିଛନ୍ତି। ଏପରି ଯୁବ ଚାଷୀଙ୍କୁ ସରକାରୀ ସହଯୋଗ ଏବଂ ଅନ୍ୟ ଆନୁଷ୍ଠାନିକ ଭାବେ ସହଯୋଗ ଯୋଗାଇଲେ ବହୁ ଯୁବ ଚାଷୀ ଚାଷ କାମ କରିପାରିବେ ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/3d80b6c4-ce0f-4ebc-b5ac-33c44db77117.jpg)