ବରଗଡ଼ : ସ୍ତ୍ରୀ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ପରେ ସ୍ୱାମୀ ବେକରେ ପ୍ଲାଷ୍ଟିକ ରଶି ଦେଇ ଆତ୍ମହତ୍ୟା କରିବା ଘଟଣା ବରଗଡ଼ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାଟି ଭଟଲି ବ୍ଳକ୍ ଅନ୍ତପାଲି ଗ୍ରାମର। ଘରୋଇ କଳହ ଯୋଗୁଁ ଏହି ଘଟଣା ଘଟିଥିବା କୁହାଯାଉଛି।
ଅନ୍ତପାଲି ଗ୍ରାମର ଧର୍ମେନ୍ଦ୍ର ବେହେରା (୨୬) ଗତ ଏପ୍ରିଲ ମାସରେ ସମ୍ବଲପୁର ଜିଲ୍ଲା ଶାସନ ଥାନା ଗୁଲାମାଲ ଗ୍ରାମର ପୂର୍ଣ୍ଣିମା (୨୦)ଙ୍କୁ ବିବାହ କରିଥିଲେ । ତେବେ , ଗୁରୁବାର ଅପରାହ୍ଣରେ ପୂର୍ଣ୍ଣିମା କୀଟନାଶକ ପିଇ ଦେଇଥିଲେ। ପରିବାରବର୍ଗ ତାଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିଥିଲେ । ପରେ ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏହି ଘଟଣା ପରେ ସ୍ୱାମୀ ଧର୍ମେନ୍ଦ୍ର ଘରେ ବେକରେ ପ୍ଲାଷ୍ଟିକ ତାର ଲଗାଇ ଆତ୍ମହତ୍ୟା କରି ଦେଇଥିଲେ। ଏନେଇ ଭଟଲି ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶୁକ୍ରବାର ଧର୍ମେନ୍ଦ୍ରଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/nationalherald_2020-05_fffa274d-e6e0-41f0-b536-48b80974b588_suicide_750x430.jpg)