ରେଶମ: ବରଗଡ ଜିଲ୍ଲା ଭେଡ଼େନ ବ୍ଲକ ଅନ୍ତର୍ଗତ ଅରେଇଗୁଡ଼ି ଗ୍ରାମରେ ବହୁ ଜମିରେ ଧାନ ଫସଲ ଟଣ୍ଟିକଟା ପୋକ ଯୋଗୁଁ ନଷ୍ଟ ହୋଇଯାଇଛି। ଚାଷି କହିବା ହେଲା, ଧାନ ପଚି ଆସୁଥିବା ବେଳେ ଟଣ୍ଟିକଟା ପୋକ ଲାଗିଥିଲେ। ଏହି ପୋକ ପ୍ରାଦୂର୍ଭାବରେ ଧାନ କେଣ୍ଡା ସଂପୂର୍ଣ୍ଣ ଉଜୁଡ଼ି ଯାଇଛି। ଚାଷୀମାନେ ଜମିରେ ବିଭିନ୍ନ କିସମର କୀଟନାଶକ ପ୍ରୟୋଗ କରିଥିଲେ ହେଁ କିଛି କାମ ଦେଉନାହିଁ। ଗାଁର କୃଷ୍ଣଚନ୍ଦ୍ର ସାହୁଙ୍କ ୩ ଏକର, ନନ୍ଦିଘୋଷ ସାହୁଙ୍କ ୨ ଏକର, ପ୍ରମୋଦ ସାହୁଙ୍କ ୦.୫୦ ଡିସମିଲ, ରୁଦ୍ର କୁମାର ସାହୁ ,ରାଧେଶ୍ୟମ ସାହୁଙ୍କ ୦.୫୦ ଡିସମିଲ, ହୃଷିକେଶ ସାହୁଙ୍କ ୨ ଏକର, ଅଶୋକ ସାହୁ ୦.୫୦ ଡିସମିଲ, ଭୁଲା ପର୍ଡିଆଙ୍କ ୦.୫୦ ଡିସମିଲ, ବନ୍ଦକର ସାହୁ ଗୋଟିଏ ଏକର, ସତ୍ୟବାନ ସାହୁଙ୍କ ୦.୫୦ ଡିସମିଲ, ଜୁଗାରୁ ମହାକୁରଙ୍କ ୦.୮୦ ଡିସମିଲ, ଗିରିଧାରୀ ପଧାନଙ୍କ ୦.୫୦ ଡିସମିଲ, ଦିଲ୍ଲିପ ସାହୁଙ୍କ ୦.୫୦ ଡିସମିଲ ଜମିର ଫସଲ ନଷ୍ଟ ହୋଇଛି। ତୁରନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦେବା ପାଇଁ ଦାବି ହୋଇଛି।
ଟଣ୍ଟିକଟା ପୋକ ଆତଙ୍କ
/sambad/media/post_attachments/wp-content/uploads/2018/04/brgh-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)