ବରପାଲି: ଏକ ଟ୍ରକ୍ରେ ଲକ୍ଷାଧିକ ଟଙ୍କାର ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ବରପାଲି ପୁଲିସ୍ ଜବତ କରିଛି। ପ୍ରାପ୍ତ ସୂଚନାନୁସାରେ ଥାନାର ଏଏସ୍ଆଇ ଜ୍ୟୋତି ପ୍ରକାଶ ତାଣ୍ଡି, ଏଏସ୍ଆଇ ଶରତ ମିଶ୍ର ସଦଳବଳେ ଆଜି ପାଟ୍ରୋଲିଂ କରୁଥିବା ବେଳେ ଟିଙ୍ଗିପାଲି ନିକଟରେ ସନ୍ଦେହରେ ଏକ ଟ୍ରକ୍ (ସିଜି ୦୪ଜି-୮୮୧୫)କୁ ଅଟକାଇଥିଲେ। ଯାଞ୍ଚ ବେଳେ ସେଥିରେ ବିପୁଳ ପରିମାଣର ଖଇର ଗଛର ମଞ୍ଜ କାଠ ଥିବା ଦେଖି ଗାଡ଼ିଟିକୁ ଜବତ କରି ଥାନାକୁ ଆଣିଥିଲେ। ଖବର ପାଇ ଘେଁସ ରେଞ୍ଜର୍ ରେବତୀ ରମଣ ଯୋଷୀ ଓ ସ୍ପେଶାଲ ସ୍କ୍ବାଡ୍ ପହଞ୍ଚି ତଦନ୍ତ କରିବା ବେଳେ ଗାଡ଼ିଟିରେ ପାଟଣାଗଡ଼ର ଜୁରିଆରୁ ଖଇର କାଠ ଲୋଡ୍ ହୋଇ ବଲାଙ୍ଗୀର ଦେଇ ନାଇକେନପାଲି ପେଟ୍ରୋଲ୍ ପମ୍ପ୍ ପର୍ଯ୍ୟନ୍ତ ଯିବାର ଥିଲା। ମାତ୍ର ଗାଡ଼ିଟିକୁ ବରଗଡ଼ ପର୍ଯ୍ୟନ୍ତ ନେଇ ସେଠାରୁ ଅନ୍ୟ କୌଣସି ସ୍ଥାନକୁ ଚାଲାଣ ହୋଇଥାନ୍ତା ବୋଲି ଚାଳକ ରାଜୁ ସିଂ ଓ ରିଶୁ ସିଂ କହିଛନ୍ତି। ଉଭୟ ଚାଳକ ଓ କର୍ମଚାରୀ ବିହାରର ଓ କାଗଜପତ୍ରରୁ ଗାଡ଼ିଟି ବରଗଡ଼ର ଅତନୁ ବଢ଼େଙ୍କ ବୋଲି ଜଣାପଡ଼ିଛି। କାଠ ସଂପର୍କିତ କୌଣସି କାଗଜପତ୍ର ନଥିବାରୁ ବରପାଲି ପୁଲିସ୍ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପାଇଁ ରେଞ୍ଜର୍ ଶ୍ରୀ ଯୋଷୀଙ୍କୁ ଟ୍ରକ୍ ଓ କାଠ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।
ଲକ୍ଷାଧିକ ଟଙ୍କାର ଚୋରା କାଠ ସହ ଟ୍ରକ୍ ଜବତ
/sambad/media/post_attachments/wp-content/uploads/2019/01/brgh30.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)