ବରଗଡ଼: ବରଡ଼ୋଲ ଗାଁ ପାତିକାରପଡ଼ା, ହରିଜନପଡ଼ା ଏବଂ ସହଁରାପଡ଼ାବାସୀ ବିଭିନ୍ନ ସମୟରେ ଅନ୍ଧାର ଘେରରେ ରହୁଥିବା ଅଭିଯୋଗ କରିଛନ୍ତି। ଏହି ପଡ଼ା ଗୁଡ଼ିକର ସମସ୍ତ ପରିବାର ବିପିଏଲ୍ ଶ୍ରେଣୀର। ମଜୁରୀ କାମ କରି ସମସ୍ତେ ପେଟ ପୋଷୁଛନ୍ତି। ତିନୋଟି ପଡ଼ାରେ ୮୦ଟି ପରିବାର ପାଇଁ ୨୫ କେଭି ଟ୍ରାନ୍ସଫର୍ମର ରହିଛି। କିନ୍ତୁ ଓଭର୍ଲୋଡ୍ ଯୋଗୁଁ ବାରମ୍ବାର ଟ୍ରାନ୍ସଫର୍ମର ପୋଡ଼ି ଯାଉଛଇ। ଫଳରେ ପଡ଼ାଗୁଡ଼ିକ କିଟିକିଟି ଅନ୍ଧାରରେ ରହୁଛି। ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ୨୦ ଦିନ ହେଲା ଟାନ୍ସଫର୍ମର ପୋଡ଼ି ଯାଇଥିଲେ ହେଁ ଏହାର ମରାମତି ହେଉନାହିଁ। ତୁରନ୍ତ ଏହାର ସମାଧାନ କରିବାକୁ ରଇବାରୀ ଭୁଏ, କବାଲି ଭୁଏ, ବୀରେଶ ମଲ୍ଲିକ, ସନ୍ତୋଷିନୀ କଣ୍ଡ, ସୁନୀଲ ଭୁଏ, ଆଶା ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅନ୍ଧାରରେ ତିନି ପଡ଼ା
/sambad/media/post_attachments/wp-content/uploads/2018/06/power-shut-WEB-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)