ଗୋଡ଼ଭଗା ଛକରେ ଟ୍ରାଫିକ୍‌ ଅବ୍ୟବସ୍ଥା

ଗୋଡ଼ଭଗା: ବରଗଡ଼-ସମ୍ବଲପୁର ଜିଲ୍ଲା ସୀମାରେ ଥିବା ପ୍ରମୁଖ ବ୍ୟବସାିୟକ ପେଣ୍ଠସ୍ଥଳୀରେ ଟ୍ରାଫିକ୍‌ ସମସ୍ୟା ଯୋଗୁଁ ଯାତ୍ରୀ ତଥା ଜନସାଧାରଣ ସବୁ ଦିନ ହଇରାଣ ହେଉଛନ୍ତି। ଅନେକ ସମୟରେ ଯାତ୍ରୀମାନେ ବରଗଡ଼ ରାସ୍ତାକୁ ଛାଡ଼ି ଗୋଡ଼ଭଗା-ତୁରୁମ ରାସ୍ତାରେ ଯିବାକୁ ପସନ୍ଦ କରୁଛନ୍ତି। ଦୂରତା ଓ ଟୋଲଗେଟକୁ ଏଡ଼ାଇବାକୁ ଲୋକମାନେ ଏହି ରାସ୍ତାକୁ ବିକଳ୍ପ ଭାବେ ବାଛି ନେଉଥିବା ବେଳେ ଏନଏଚ ୫୩ ସଂପ୍ରସାରଣ ସତ୍ତ୍ୱେ ଟ୍ରାଫିକ୍‌ ସମସ୍ୟା ଏବେ ଦୁଇ ଗୁଣ ବୁଢ଼ିଯାଇଛି। ପୁଣି ରହିଛି ଜବରଦଖଲ ସମସ୍ୟା। ଟ୍ରକ୍‌ ଓ ଭାରି ଯାନ ଚଳାଚଳ ଯୋଗୁଁ ଘଣ୍ଟା ଘଣ୍ଟା ରାସ୍ତା ଜାମ ରହୁଛି। ମହୁଖଣ୍ଡ ରାସ୍ତା ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି କରୁଛି। ଟ୍ରାଫିକ୍‌ ପରିଚାଳନା କୌଣସି ସ୍ୱତନ୍ତ୍ର କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇ ନଥିବା ବେଳେ ଗୋଡ଼ଭଗା ଫାଣ୍ଡିରେ ଆହୁରି ୫ ଜଣ କନେଷ୍ଟବଳଙ୍କ ଦରକାର ପଡ଼ୁଥିବା ଜଣାପଡ଼ିଛି। ବରଗଡ଼ ଜିଲ୍ଲା ପୁଲିସ୍‌ ପକ୍ଷରୁ ଏହି ସ୍ଥାନରେ ସ୍ୱତନ୍ତ୍ର ଭାବେ ଟ୍ରାଫିକ୍‌ ପରିଚାଳନା ପାଇଁ କର୍ମଚାରୀ ମୁତୟନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର