ଅମ୍ବାଭୋନା: ରୁଚିଦା-ବଡ଼ଦର୍ଲିପାଲି ରାସ୍ତାରେ ବୁଧବାର ଭୋରରୁ ଏକ ଟ୍ରକ୍ ଓଲଟି ପଡି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ପ୍ରକାଶପୁର-ଭୁକ୍ତା ପଟରୁ ଏହି ଟ୍ରକ୍ (ସିଜି-୧୩ଏ-୯୦୬୮) ଛତିଶଗଡ଼ ଅଭିମୁଖେ ଯାଉଥିବା ବେଳେ ବଡ଼ଦର୍ଲିପାଲି ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ କ୍ଷେତକୁ ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଚାଳକ ଓ ହେଲପର ଅଳ୍ପକେ ଭର୍ତ୍ତି ଯାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବଡ଼ଦର୍ଲିପାଲି- ରୁଚିଦା ରାସ୍ତାରେ ଗତ ସୋମବାର ବିଳମ୍ବିତ ରାତିରେ ଏକ ଟ୍ରକ୍ ଗଛରେ ପିଟି ହେବା ଫଳରେ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିଲା। ଏଠାରେ ଦୁର୍ଘଟଣାଗ୍ରସ୍ତର ସତର୍କ ସୂଚନା ଦେବାକୁ ସାଧାରଣରେ ଦାବି ହେଉଛି।
ଟ୍ରକ୍ ଦୁର୍ଘଟଣା, ବର୍ତ୍ତିଲେ ଚାଳକ
/sambad/media/post_attachments/wp-content/uploads/2018/04/brgh-1.jpg)