ବରଗଡ଼: ଆମ ଓଡ଼ିଶାର ବରଗଡ଼ ଜିଲ୍ଲା ସଂଯୋଜକ ଇଂ. ଦେବବ୍ରତ ମିଶ୍ର (ଟୁକୁ ବାବୁ)ଙ୍କର ବୁଧବାର ରାତି ୨.୪୫ରେ ପରଲୋକ ଘଟିଛି। ହାଇଦ୍ରାବାଦ୍‌ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଛି। ଯକୃତ‌ ସଂକ୍ରମଣ ଯୋଗୁଁ ବରଗଡ଼ର ଏକ ଘରୋଇ ହସ୍ପିଟାଲରେ ସେ ଗତ ୩ ତାରିଖ ଭର୍ତି ହୋଇଥିଲେ। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ନହେବାରୁ ଚାରି ଦିନ ତଳେ ଏୟାର ଆମ୍ବୁଲାନ୍ସ ଜରିଆରେ ତାଙ୍କୁ ହାଇଦ୍ରାବାଦ୍‌ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଛି।

Advertisment

ଟୁକୁ ବାବୁ ଦୀର୍ଘ ଦଶନ୍ଧି ହେଲା ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରି ରକ୍ତଦାନ ଶିବିର ନିରନ୍ତର ଆୟୋଜନ କରୁଥିଲେ। ଜଣେ ରାଜନେତା ବାଦ୍‌ ସେ ଜଣେ ସମାଜସେବୀ ଭାବେ ପରିଚିତ ଥିଲେ। ବିଭିନ୍ନ ସଂଗଠନ ଏବଂ ସଂସ୍ଥାର ସେ ପ୍ରତିଷ୍ଠାତା ଥିଲେ। ତାଙ୍କ ବିୟୋଗରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋକପ୍ରକାଶ କରିଛନ୍ତି।