ବିବାହ ଉତ୍ସବରେ ଯୋଗ ଦେଇ ଫେରିବା ବେଳେ ଦୁର୍ଘଟଣା; ୩ ମୃତ, ୧୭ ଆହତ

କନ୍ଧମାଳ/ବରଗଡ଼: ରାଜ୍ୟର ଦୁଇଟି ଭିନ୍ନ ଜିଲ୍ଳାରେ ଦୁଇଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି। ବିବାହ ଭୋଜି ଖାଇ ଫେରିବା ବେଳେ ଓ ବରଯାତ୍ରୀ ଯାଇ ଫେରିବା ବାଟରେ ଏହି ଦୁଇ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି।

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁଠାରେ ଗତକାଲି ରାତିରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ବିବାହ ଭୋଜି ସାରି ଫେରିବା ବାଟରେ ଏକ କାରଟି ଭାରସାମ୍ୟ ହରାଇ ଜଣକ ଘର ଉପରକୁ ଚଢ଼ି ଯାଇଥିଲା । ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଡ୍ରାଇଭର ଫେରାର ଥିବାବେଳେ ଅନ୍ୟ ଜଣକୁ ଅଟକ ରଖିଛନ୍ତି ଗାଁ ଲୋକେ ।

ସେପଟେ ବରଯାତ୍ରା ହେଲା ଶେଷ ଯାତ୍ରା । ବରଯାତ୍ରୀ ଯାଇ ଆନନ୍ଦ ଉଲ୍ଲାସରେ ଫେରିଲା ବାଟରେ ବରଗଡ଼ରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ୧୭ ଜଣ ଗୁରୁତର ଭାବେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବରଗଡ଼ ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ଚମାରପଡ଼ାକୁ ଏକ ବାହାଘର ବରଯାତ୍ରୀ ଯାଇଥିଲେ। ସେଠାରୁ ଏକ ଗାଡ଼ିରେ ବରଗଡ଼କୁ ଫେରୁଥିବା ସମୟରେ ଗାଡିଟି ବିଜେପୁର ସ୍ୱର୍ଣ୍ଣ ଛକରେ ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣାଟି ଭୋର ୪ଟାରୁ ହୋଇଥିଲା । ସ୍ଥାନୀୟ ଲୋକେ ଆହତମାନଙ୍କୁ ତୁରନ୍ତ ଉଦ୍ଧାର କରି ପ୍ରଥମେ ବରଗଡ଼ ଓ ପରେ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର