କାଠ ଗଣ୍ଡି ସହ ଗାଡ଼ି ଜବତ

ପଦ୍ମପୁର: ପଦ୍ମପୁର ବନ ବିଭାଗ ଦ୍ୱାରା ଏକ କାଠଗଣ୍ଡି ବୋଝେଇ ପିକଅପ୍‌ ଗାଡ଼ି ଜବତ କରାଯାଇଛି। ପ୍ରାପ୍ତ ବିବରଣୀରୁ ପ୍ରକାଶ ଯେ, ବଲାଙ୍ଗୀର ଜିଲ୍ଲା ପଟରୁ ଏକ ଖଇର ବୋଝେଇ ହୋଇଥିବା ଗାଡି (ଓଡି୧୭-୫୩୦୨) ବରଗଡ଼ ଯାଉଥିବା ବେଳେ କୌଣସି ସୂତ୍ରରୁ ବନ ବିଭାଗ ଖବର ପାଇ ଉକ୍ତ ଗାଡ଼ିକୁ ପିଛା କରିଥିଲେ। ଗାଡିଟି ବରଗଡ଼ ରାସ୍ତା ଛାଡି ପାଇକମାଳ ଯାଉଥିବା ବେଳେ ପଦ୍ମପୁରରୁ ୧୦ କିମି ଦୂର ବିଜାଡିହି ଗ୍ରାମ ନିକଟରେ ଗାଡ଼ି ଛାଡି ଅନ୍ୟମାନେ ଫେରାର ହୋଇଥିଲେ। ବନ ବିଭାଗର ଫରେଷ୍ଟର ସୁଶାନ୍ତ ଦାଶ, ବୀରେନ୍ଦ୍ର ମେହେର, କେଶରଂଜନ ବୁଡେକ, ବଳରାମ ସାହୁ ପ୍ରମୁଖ ପହଂଚି ଗାଡ଼ିକୁ ପଦ୍ମପୁର ଆଣିଥିଲେ। ଗାଡ଼ିରେ ୩୩ ସିଏଫ୍‌ଟି ଗଛ ଥିବାବେଳେ ଆନୁମାନିକ ମୂଲ୍ୟ ୩୫ ହଜାର ହେବ ବୋଲି ପଦ୍ମପୁର ରେଂଜର ପି କେ ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର