ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ: ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଜବତ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ସାମନ୍ତରାୟ ରବିବାର ସକାଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଛନ୍ତି। ସୋନପୁର ଜିଲ୍ଲା ବିନିକା ସେତୁ ଛକ ନିକଟରେ ପୁର୍ବରୁ ଖବରପାଇ ଛକି ରହିଥିବା ଭିଜିଲାନ୍ସ ଟିମ୍ ଉକ୍ତ ରାସ୍ତାରେ ଯାଉଥିବା ବିଡିଓଙ୍କୁ ଅଟକାଇ ଯାଞ୍ଚ କରିଥିଲେ। ତାଙ୍କ ନିକଟରୁ ୩ ଲକ୍ଷ ୯୧ ହଜାର ୩ ଶହ ଟଙ୍କା ଜବତ କରିଥିବାର ଜଣାଯାଇଛି।

ବିଜେପୁର ବିଡିଓ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଧରି ଏକ କାରରେ  ଭୁବନେଶ୍ୱର ଯାଉଥିବାବେଳେ ଭିଜିଲାନ୍ସ ଧରିଥିବା ଜଣାଯାଇଛି। ଏହାପରେ ଭିଜିଲାନ୍ସ ଦଳ ବିଜେପୁର ଆସି ତାଙ୍କ ସରକାରୀ ବାସଭବନରେ ଚଢ଼ଉ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର