ଅବକାରୀ ଚଢ଼ଉ, ୨୩ ଗିରଫ

ବରଗଡ଼: ବରଗଡ଼ ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୩୧ଟି ମାମଲା ରୁଜୁ କରିବା ସହ ୨୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚଢ଼ଉ ବେଳେ ୧୩୫୨.୪ ଲିଟର ବିୟର, ୬୨୦ ଲିଟର ରନ୍ଧାମଦ, ୨୬୦୦ କିଲୋ ମହୁଲ ପୋଚ, ଗୋଟିଏ ଟାଟା ମ୍ୟାଜିକ ଗାଡ଼ି ଜବତ ହୋଇଛି। ଜିଲ୍ଲାର ଅତାବିରା, ବରଗଡ଼, ପଦ୍ମପୁର ଏବଂ ଭଟଲି ଅଂଚଳରେ ଏହି ଚଢ଼ଉ ହୋଇଥିଲା। ଜବତ ସାମଗ୍ରୀର ପରିମାଣ ୧୦ଲକ୍ଷ ଟଙ୍କା ହେବ। ଅନ୍ୟପକ୍ଷରେ ସମ୍ବଲପୁର ପଟୁ ଆସୁଥିବା ଏକ ଟାଟା ମ୍ୟାଜିକ ଗାଡ଼ିରେ ୧୨୬ ପେଟି ବିୟର ଅତାବିରା ପୁଲିସ ଜବତ କରିଛି। ଚଢ଼ଉ ବେଳେ ନିରୀକ୍ଷକ ପ୍ରସନ୍ନ ନାୟକ, ରାଜେନ୍ଦ୍ର ବାରିକ, ପ୍ରମୋଦ ପଣ୍ଡା, ଅପର୍ଣ୍ଣା ମହାନ୍ତି, ଗୋକୁଳ ଷଡ଼ଂଗୀ, ରାମଚନ୍ଦ୍ର ତନ୍ତି, ହେମକାନ୍ତ ସୁନା ଏବଂ ୨୦ଜଣ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର