ଭୁବନେଶ୍ବର: ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏସି((ବିଜ୍ଞପିତ ପରିଷଦ) ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଚାଲିବ। ଏଥିଲାଗି ବିଭିନ୍ନ ବୁଥରେ ଭୋଟରମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ସ୍ଥାନରେ ଶାନ୍ତଶୃଙ୍ଖଳାର ସହ ମତଦାନ ପ୍ରକ୍ରିୟା ଚାଲିଛି।
ଆଜି ହିନ୍ଦୋଳ ଏନଏସି ପାଇଁ ୩ ଜଣ ଦଳୀୟ ଅଧ୍ୟକ୍ଷ ପ୍ରାର୍ଥୀ ଓ ୫୦ ଜଣ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଏଠାରେ ମୋଟ୍ ୧୬ଟି ୱାର୍ଡର ୯ ହଜାର ୮୭୨ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ।
/sambad/media/post_attachments/wp-content/uploads/2023/04/d9b300bd-6157-421f-ae60-ec92b3382d74-1024x770.jpg)
ସେହିପରି ଅତାବିରା ଏନ୍ଏସିର ୧୨ଟି ୱାର୍ଡରେ ମତଦାନ ପାଇଁ ମୋଟ୍ ୧୬ଟି ବୁଥ୍ କରାଯାଇଛି। ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ଜଣ ପୋଲିଂ ଅଫିସର ଓ ଜଣେ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଅତାବିରାରେ ୭ଟି ସମ୍ବେଦନଶୀଳ, ୩ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/36e1b6d6-7bca-49b1-afde-5f44286e19a7.jpg)