ଦେବେଶଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ବରପାଲି ବିଜେଡି

ବରଗଡ଼: ଜିଲ୍ଲାର ଯୋଜନା କମିଟି ଅଧ୍ୟକ୍ଷ ଦାୟିତ୍ୱ ମିଳିବା ପରେ ବିଧାୟକ ଦେବେଶ ଆଚାର୍ଯ୍ୟ ବୁଧବାର ସଂଧ୍ୟାରେ ବରଗଡ଼ ଫେରିଛନ୍ତି। ଭୁବନେଶ୍ୱରରୁ ବରଗଡ଼ ଆସିବା ବେଳେ ତାଙ୍କୁ ସହରର ବିଭିନ୍ନ ସ୍ଥାନରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। କଳାପାଣିଠାରେ ନାଗରିକ କମିଟି ସମ୍ବର୍ଦ୍ଧନା ଦେବା ପରେ ବାଇକ୍‌ ରାଲିରେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କୁ କର୍ମୀମାନେ ପାଛୋଟି ଆଣିଥିଲେ। ବରାହଗୋଡ଼ା ଓ ନାଗେନପାଲି ଛକଠାରେ ଶ୍ରମିକ ସଂଘ, ଗୁରୁଦ୍ୱାରା ଛକ ଠାରେ ଶିଖ୍‌ ସମ୍ପ୍ରଦାୟ, ଘରୋଇ ବସ୍‌ଷ୍ଟାଣ୍ଡଠାରେ ବସ୍‌ ମାଲିକ ସଂଘ, ଗାନ୍ଧୀଛକଠାରେ ବ୍ୟବସାୟୀ ସଂଘ, ପଞ୍ଚାୟତ ସମିତି ତରଫରୁ ବିଡିଓ ଶରତ ବାଗ, ଅଧ୍ୟକ୍ଷା ମଞ୍ଜୁ ପଣ୍ଡାଙ୍କ ସମେତ ବ୍ଲକର କର୍ମଚାରୀ ବୃନ୍ଦ, ସମ୍ବଲପୁରୀ ବସ୍ତ୍ରାଳୟର କର୍ମଚାରୀ ବୃନ୍ଦ, କପଡ଼ା ବ୍ୟବସାୟୀ ସଂଘ ତରଫରୁ ସଭାପତି ମୁନ୍‌ସୀରାମ ଅଗ୍ରୱାଲ, ଅସ୍‌ଲମ୍‌ ଖାନ୍‌ ପ୍ରମୁଖ ସମ୍ବର୍ଧନା ଜଣାଇଥିଲେ।

ଶ୍ରୀ ଆଚାର୍ଯ୍ୟ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ପୌରାଧ୍ୟକ୍ଷ ପ୍ରଶାନ୍ତ ବେହେରା, ବିଜେଡି ଟାଉନ ସଭାପତି କିଶୋର ମିଶ୍ର, ବ୍ଲକ ସଭାପତି ପ୍ରଫୁଲ୍ଲ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ହିମାଂଶୁ ଦାଶ, ଉମେଶ ପଣ୍ଡା, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅରୁଣ ପ୍ରଧାନ, ଛାତ୍ର ଜନତା ଦଳ, ଜୀବନ ବିନ୍ଦୁ ଯୁଗ୍ମ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ, କ୍ଷୀରୋଦ୍ର ସାହୁ, ରିତେଶ ଆଚାର୍ଯ୍ୟ, ଡୁଲୁ ରାଉତ, ଅନୁପ ଶତପଥୀ, ମୀନକେତନ ସାହୁଙ୍କ ସମେତ ପଞ୍ଚାୟତ ସମିତିର ସରପଞ୍ଚ ଓ ସମିତି ସଭ୍ୟଗଣ ଉପସ୍ଥିତ ଥିଲେ।

ବରପାଲି: ବରପାଲି ବିଜେଡି ବ୍ଲକ ସଭାପତି ଅଧିକାରୀ ବାରିକଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି। ବିଜେପୁରରେ ବିଜେଡିର ବିଜୟ ପରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଥିବା ଏବଂ ‘ସମ୍ବାଦ’ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ଶିକ୍ଷାବିତ୍‌ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭା ପାଇଁ ପ୍ରାର୍ଥୀ ଭାବେ ଚୟନ କରିଥିବାରୁ ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛି। ବୈଠକରେ ଲାଲ ବିକ୍ରମ ସିଂହ, ଦିଲିପ ପ୍ରଧାନ,ରାଘବ ଭୋଇ,ବିଶ୍ୱ ମୋହନ ମହାପାତ୍ର, ମହେଶ୍ୱର ପଧାନ,ପ୍ରମୋଦ କୁମାର ସା, ପ୍ରଦ୍ୟୁମ୍ନ ତ୍ରିପାଠୀ, ସୁମିତ ସାହୁ, ସୌରଭ ସାହୁ, ଯୁବନେତା ବିଜନ ଦାଶ, ବୀର ବେହେରା, ଆଶୁତୋଷ ପଧାନ, ରବି ସାହୁ, ରବିନ୍ଦ୍ର ଭୋଇ, ଆଶିଷ ଭୋଇ, ରବିନ୍ଦ୍ର ସାହୁ, ମାଲୁ ସାହୁ, ମୁକେଶ ଭୋଇ, ଯୁଗେଶ ବିଶି, ନାରାୟଣ ପଧାନ, ହିମାଞ୍ଚଳ ସାହୁ, ଅନୀତା ପଟେଲ, ଚତୁର୍ଭୂଜ ନାଗ, କେଶବ ରାଉତ, ପବିତ୍ର ବାଗ, ମହେନ୍ଦ୍ର ମେହେର, ନାଗର ପଧାନ, ଜୀବର୍ଦ୍ଧନ ପଧାନ, ବଣ୍ଟି ଭୋଇ, ରମେଶ ପଧାନ, ସୁରେନ ପାତ୍ର, ବିନୟ ଗଡ଼ତିଆ଼, ଶେଷ ମଲ୍ଲିକ, ହିତ ସା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର