ବରଗଡ଼: ବରଗଡ଼ ସହରରେ ବେଆଇନ ପାର୍କି˚ ଅନ୍ୟତମ ମୁଖ୍ୟ ସମସ୍ୟା। ଅବାଧ ପାର୍କି˚ ଯୋଗୁଁ ଓସାରିଆ ରାସ୍ତା ସ˚କୁଚିତ ହୋଇଯାଉଛି। ଏଥିପାଇଁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଦେଖା ଦେଇଛି। ପୂର୍ବରୁ ବେପରୁଆ ପାର୍କି˚ ରୋକିବାକୁ ପୁଲିସ୍ ଜୋର୍ଦାର୍ ଅଭିଯାନ ଚଳାଇଥିଲା। ଅଭ୍ୟାସଗତ ଭାବରେ ଏଣେତେଣେ ରାସ୍ତା ଉପରେ ଗାଡ଼ି ରଖୁଥିବା ଲୋକେ ସାମାନ୍ୟ ସଜାଗ ହୋଇଥିଲେ। କିନ୍ତୁ ଏବେ ଆଗଭଳି ସମସ୍ୟା ମୁଣ୍ଡ ଟେକିଛି। ସହରର ବିଭିନ୍ନ ମୁଖ୍ୟରାସ୍ତାରେ ଧଳାଗାର ଦିଆଯାଇଛି। ଧଳା ଗାର ବାହାରେ ଗାଡ଼ି ରଖିବାକୁ ପୁଲିସ୍ ପକ୍ଷରୁ କୁହାଯାଉଛି। କିନ୍ତୁ ଏବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଲୋକେ ପାର୍କି˚ କରିବେ କେଉଁଠି। ଗୁଡ଼ାଏ ରାସ୍ତାରେ ଧଳା ଗାର ପରେ ଆଉ ପାର୍କି˚ ପାଇଁ ସ୍ଥାନ ଉପଲବ୍ଧ ନାହିଁ। ଯେଉଁ ସ୍ଥାନରେ ଧଳା ଗାର ପରେ କିଛିଟା ସ୍ଥାନ ଅଛି ତାହା ପର୍ଯ୍ୟାପ୍ତ ନୁହେଁ। ଏଠାରେ ଅଧିକ ସ˚ଖ୍ୟକ ଗାଡ଼ି ରହିପାରୁ ନାହିଁ। ତେଣୁ ଲୋକେ ହଇରାଣ ହେଉଛନ୍ତି।
ଯେଉଁଠାରେ ଧଳାଗାର ଏବ˚ ନର୍ଦ୍ଦମା ମଧ୍ୟରେ ଆଉ ସ୍ଥାନ ଉପଲବ୍ଧ ନାହିଁ ସେଠାରେ ଲୋକେ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି। ସହରରେ ଅନେକ ସପି˚ ମଲ୍ ଏବ˚ ହୋଟେଲ୍ ନିର୍ମାଣକାଳୀନ ଅନୁମତି ହାସଲ ସମୟରେ ବେସ୍ମେଣ୍ଟକୁ ପାର୍କି˚ ସ୍ଥଳ ରୂପେ ଦର୍ଶାଇଛନ୍ତି। ମାତ୍ର ଏହି ପାର୍କି˚ ସ୍ଥଳଗୁଡ଼ିକ ବ୍ୟାବସାୟିକ କାର୍ଯ୍ୟରେ ବିନିଯୋଗ କରାଯାଉଛି। ତେଣୁ ଗ୍ରାହକମାନେ ରାସ୍ତା ଉପରେ ଗାଡ଼ି ରଖିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟ ପ୍ରକାରେ କହିବାକୁ ଗଲେ ସେମାନଙ୍କୁ ଏଥିପାଇଁ ଏକ ପ୍ରକାର ବାଧ୍ୟ କରାଯାଉଛି। ଅନ୍ୟପକ୍ଷରେ, ସହରର ଅଧିକା˚ଶ ଦୋକାନୀ ବିକ୍ରୟ ସାମଗ୍ରୀର ପ୍ରଦର୍ଶନ ପାଇଁ ରାସ୍ତା ଉପରକୁ ମାଡ଼ି ଆସିଛନ୍ତି। ଫଳରେ ରାସ୍ତା ସ˚କୁଚିତ ହେବା ସ୍ବାଭାବିକ। ଅଥଚ ଏଠାରେ କେବେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତେଣୁ ବେଆଇନ ପାର୍କି˚ଜନିତ କାର୍ଯ୍ୟାନୁଷ୍ଠାନ ସହ ନୂଆ ପାର୍କି˚ସ୍ଥଳୀ ଚିହ୍ନଟ ଜରୁରୀ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/85ad8191-54d9-4cb1-8725-039c139a2cf4.jpeg)