ଜୀରାରେ ମଦ କାରବାର: ମହିଳାଙ୍କ ରାସ୍ତା ଅବରୋଧ, ପାଉଚ୍‌ ପୋଡ଼ି

ବରଗଡ଼: ଜୀରା ନଦୀରେ ଥିବା ଇଂରେଜ ଅମଳର ବ୍ରିଜ୍‌ ଭଂଗା ସରିଛି। ଏହି ସଂକୁରିଆ ବ୍ରିଜ୍‌ ବଦଳରେ ଓସାର ଏବଂ ଉଚ୍ଚ ସେତୁ ନିର୍ମାଣ କାମ ଆରମ୍ଭ ‌େହାଇଛି। ନିର୍ମାଣ ଅବଧି ଭିତରେ ସହରକୁ ଅମ୍ବାପାଲିକୁ ଯୋଡ଼ିବା ପାଇଁ ଜୀରା ନଦୀ ଭିତରେ ଆପ୍ରୋଚ୍‌ ରୋଡ୍‌ ତିଆରି ‌େ‌ହାଇଛି। ଏହି ରାସ୍ତାରେ ଗମନାଗମନ ଚାଲିଛି। ଦିନରାତି ଭିଡ଼ ଜମୁଛି। ଏହାର ସୁଯୋଗ ନେଇ ଜୀରା ନଦୀଗର୍ଭରେ ମଦ ଏବଂ ନିଶା କାରବାର ବଢ଼ି ଚାଲିଛି। ଆପ୍ରୋଚ୍‌ ରୋଡ୍‌ କଡ଼ରେ ମାଳମାଳ ଉଠା ଦୋକାନ ଖୋଲିଛି। ଏଠାରେ ପାନ, ଗୁଟ୍‌ଖା ଠାରୁ ଆରମ୍ଭ କରି ଦେଶୀ, ବିଦେଶୀ ମଦ ବିକ୍ରି ଚାଲିଛି। ନିଶାଖୋରମାନେ ଦିନତମାମ ଏଠାରେ ଭିଡ଼ ଜମାଉଛନ୍ତି। ମଦ ଧରି ନଦୀ ଭିତରେ ପିଉଛନ୍ତି। ରାତିରେ ବି ବିନା‌ ରୋକଠୋକରେ ଏହି କାରବାର ଚାଲିଛି। ଫଳରେ ନଦୀ କଡ଼ରେ ରହୁଥିବା ମହିଳାମାନେ ଗାଧୋଇବା କିମ୍ବା ଶୌଚ ପାଇଁ ଯାଇ ପାରୁନାହାନ୍ତି। ମଦୁୁଆଙ୍କ ହାବୁଡ଼ରେ ପଡ଼ି ହଟହଟା ହେଉଛନ୍ତି। ଏହାର ପ୍ରତିବାଦରେ ୱାର୍ଡ ନମ୍ବର-୧ ଅନ୍ତର୍ଗତ ନଦୀପଡ଼ାର ମହିଳାମାନେ ଏକଜୁଟ ହୋଇଥିଲେ। ଦୋକାନ ଗୁଡ଼ିକରୁ ବିକ୍ରି ହେବାକୁ ଥିବା ମଦ ପାଉଚ୍‌ ଜବତ କରି ରାସ୍ତାରୋକ କରିଥିଲେ। ପ୍ରାୟ ଘଣ୍ଟାଏ ଧରି ରାସ୍ତାରେ ଯାନବାହାନ ଚଳାଚଳ ଠପ୍ ରହିଥିଲା। ପରେ ମହିଳାମାନେ ଜବତ ପାଉଚ୍‌ ପୋଡ଼ି ଦେଇଥିଲେ। ପୁଲିସ୍ ନିଶା କାରବାର ବନ୍ଦ ନେଇ ପ୍ରତିଶ୍ରୁତି ଦେବା ପରେ ଆ‌ନ୍ଦୋଳନ ହଟିଥିଲା।

ସମ୍ବନ୍ଧିତ ଖବର