ସୋହେଲା: ମଙ୍ଗଳବାର ରାତିରେ ସୋହେଲା ଥାନା ଜାମଛାପର ଗାଁରେ ସାପ କାମୁଡ଼ାରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ଗାଁର ଦଶରଥ ବୁଡ଼େକଙ୍କ ପତ୍ନୀ କିଶୋରୀ ବୁଡେକ (୩୮) ଗତ ରାତି ପ୍ରାୟ ୮ଟା ବେଳେ ଘର ପାଖରେ ଥିବା ପାଳ ଗଦାକୁ ବଳଦଙ୍କ ପାଇଁ ପାଳ ଆଣିବାକୁ ଯାଇଥିବା ବେଳେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତୁରନ୍ତ ପରିବାର ଲୋକେ ବରଗଡ଼ ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କଠାରୁ ସୂଚନା ପାଇ ସୋହେଲା ପୁଲିସ୍ ବରଗଡ଼ରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏ ସଂପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଏଏସଆଇ ରାଜେନ୍ଦ୍ର ସାହୁ ଘଟଣାର ତଦନ୍ତ କରୁଛନ୍ତି। ମୃତ ମହିଳାଙ୍କ ୩ଟି ଝିଅ ଓ ୨ଟି ପୁଅ ଥିବା ଜଣାପଡ଼ିଛି।
ସାପ କାମୁଡ଼ାରେ ମହିଳା ମୃତ
/sambad/media/post_attachments/wp-content/uploads/2018/05/brgh-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)