ଭୁବନେଶ୍ୱର/ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନ ନେଇ ରାଜନୈତିକ ଛକା ପଞ୍ଝା ଚାଲିଥିବା ବେଳେ ଶୁକ୍ରବାର ନୂତନ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ନିଯୁକ୍ତି ମିଳିଛି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଯାମିନୀ ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଜୟନାରାୟଣ ପଙ୍କଜଙ୍କୁ ଆରକ୍ଷୀ ଅଧୀକ୍ଷକ ଭାବରେ ନିଯୁକ୍ତ କରାଯାଇଛି।
ଆଗାମୀ ଫେବ୍ରୁଆରି ୨୪ରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ କିଛି ଦିନ ତଳେ ପଡ଼ ଛକରେ ଘଟିଥିଲା। ଏହି ଗୁଳିକାଣ୍ଡ ଘଟଣାରେ ପୁଲିସ ୩ଜଣଙ୍କୁ ଗିରଫ କରିଥିଲା। ମାତ୍ର ଏହି ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିବା ବଦଳରେ ସହାୟତା ପ୍ରଦାନ କରୁଛି ବୋଲି ବିଜେପି ଅଭିଯୋଗ ଆଣିଥିଲା। ଏ ନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା। ପରେ ବରିଷ୍ଠ ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ୩ ଜଣିଆ ଟିମ୍ ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ଆଣିଥିଲେ। ପରେ ବରଗଡ଼ ଜିଲ୍ଲାପାଳ ଖଗେନ୍ଦ୍ର ପାଢ଼ୀ ଓ ଏସ୍ପି ବି ଯୁଗଳକିଶୋରଙ୍କୁ ବଦଳି ଆଦେଶ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/odisha-1.jpg)