ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଥୁଆପାଲି: ବରଗଡ଼ ଜିଲ୍ଲାର ଭେଡେନ ଥାନା ଋଷୁଡା ଫାଣ୍ଡି ଅନ୍ତର୍ଗତ ମହଲେ ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ଗର୍ଭନା(ଅଇଲାପାଲି)ର ଗୁରୁଦେବ ମାଝି(୩୫) ବୋଲି ଜଣାପଡ଼ିଛି। ଗୁରୁଦେଵ ଶ୍ରୀନିବାସ ରାଇସମିଲରେ କାମ କରୁଥିବାବେଳେ ସେ ସବୁଦିନ ପରି କାମ ପାଇଁ ସାଇକଲରେ ସକାଳୁ ଘରୁ ବାହାରି ଯାଉଥିବା ସମୟରେ ମହଲେ ନିକଟରେ ସକାଳ ୮ ଟାରେ ଏକ ଅଜଣା ଗାଡ଼ି ଧକ୍କା ଦେବାରୁ ସେ ଗୁରୁତର ହୋଇ ରାସ୍ତାରେ ଛିଟିକି ପଡ଼ିଥିଲେ।

ଲୋକେ ତାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲକୁ ନେବା ବାଟରେ ହିଁ ଗୁରୁଦେଵଙ୍କର ମୃତ୍ୟୁ ଘଟିଥିଲା। ତାଙ୍କର ଏକ ଚାରି ବର୍ଷର ପୁଅ ଅଛନ୍ତି। ଏହାଛଡ଼ା ତାଙ୍କ ସ୍ତ୍ରୀ ଏବେ ପାଞ୍ଚ ମାସର ଗର୍ଭବତୀ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର