ଭେଡେନ: ବରଗଡ଼ଜିଲ୍ଲା ଭେଡେନ ଥାନା ଋଷୁଡ଼ା ଫାଣ୍ଡି ଭାଲୁପାଲି ଗ୍ରାମରେ ପିଲା ଚୋରି ସନ୍ଦେହରେ ଯୁବକ ଅଟକ | ମିଳିଥିବା ସୂଚନା ମୁତାବକ ଗୁରୁବାର ରାତି ୧୨ଟାରେ ଛୁଆ ଚୋରି ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗ୍ରାମବାସୀ ଅଟକ ରଖି ପୁଲିସକୁ ଖବର ଦେଇଥିଲେ | ହେଲେ ପୁଲିସ ପହଂଚିବା ବିଳମ୍ବ ହେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା | ପରେ ପୁଲିସ ଘଟଣାସ୍ଥଳକୁ ଯାଇ ଅଭିଯୁକ୍ତକୁ ଥାନାକୁ ଆଣି ତଦନ୍ତ ଜାରି ରଖିଛି | ଅଭିଯୁକ୍ତ ଛୁଆ ଚୋର ଜଣଙ୍କ ପପଙ୍ଗା ଗ୍ରାମର କାଠୁ ସୁରୁଜାଳ ବୋଲି ଜଣାପଡିଛି |
ସୂଚନା ଅନୁସାରେ ଗୁରୁବାର ରାତିରେ ଅଭିଯୁକ୍ତ ଜଣଙ୍କ ଭାଲୁପାଲିର ଜଣେ ବ୍ୟକ୍ତିଙ୍କ ଘରେ ପଶିଥିଲା | ପରିବାର ଲୋକ ଏହା ଜାଣି ଗାଁ ଲୋକଙ୍କୁ କହିବାରୁ ସମସ୍ତେ ଚୋରକୁ କାବୁ କରି ସବୁକଥା ପଚାରିବାରୁ ସେ ସତକଥା ମାନିଯାଇଥିଲା | ଏହାପରେ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଲାଇନ ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ | ଏବାବଦରେ ପୁଲିସ ଜାଣିବା ପରେ ତଦନ୍ତ ଆରମ୍ଭ କରିଛି | ଅନ୍ୟପଟେ ଯୁବକଙ୍କୁ ଆକ୍ରମଣ କରିବା ଅଭିଯୋଗରେ କିଛି ଗ୍ରାମବାସୀଙ୍କୁ ମଧ୍ୟ ପୁଲିସ ଅଟକ ରଖିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/05/bargarh-youth-2026-03-05-14-38-34.png)