ବରଗଡ଼ : ସହର ଉପକଣ୍ଠସ୍ଥ ଡାଂଗ ଗାଁ ନଦୀପଡ଼ା ଠାରେ ଗୁରୁବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୁଲିସ୍ ସୂଚନା ହେଲା, ମୃତକଙ୍କ ନାମ କାହ୍ନ ମେହେର (୨୫)। ସେ ସୋନପୁର ଜିଲ୍ଲା ମେଣ୍ଡା ଗାଁର ମୂଳ ନିବାସୀ। ପ୍ରାୟ ଦଶ ବର୍ଷ ହେଲା କାହ୍ନ ଏବଂ ପିତା-ମାତା ଆସି ଏଠାରେ ଭଡ଼ାରେ ରହୁଥିଲେ। କାହ୍ନ ପେଶାରେ ରିକ୍ସା ଚାଳକ। ଶୁକ୍ରବାର ସକାଳୁ ତାଙ୍କର ମୃତ ଦେହ ଘରଠାରୁ ଶହେ ମିଟର ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଟାଉନ ପୁଲିସ୍ ଏକ ମାମଲା ରୁଜୁ କରି ତନାଘନା ଚଳାଇଛି।
ଯୁବକଙ୍କୁ ନିର୍ମମ ହତ୍ୟା
/sambad/media/post_attachments/wp-content/uploads/2018/03/SBPHO3-BRG-30-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)