ମୁଣ୍ଡକୁ ଗୁଳି କରି ଯୁବକଙ୍କ ଆତ୍ମହତ୍ୟା : ପିସ୍ତଲ ଓ ଖୋଖା ଜବତ

ସୋହେଲା : ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଚନ୍ଦ୍ରଟିକିରା ଗାଁରେ ରହୁଥିବା ରମାକାନ୍ତ ଗୁପ୍ତାଙ୍କ ପୁଅ ଆଶିଷ ଗୁପ୍ତା (୨୨) ଶୁକ୍ରବାର ଏକ ପିସ୍ତଲ୍‌ରୁ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ ସୂଚନା ପାଇବା ପରେ ସୋହେଲା ପୁଲିସ୍‌ କେସ୍‌ ନଂ. ୧୧/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣା ସ୍ଥଳରୁ ଏକ ପିସ୍ତଲ, ଖୋଖା ଓ ରକ୍ତ ନମୁନା ସଂଗ୍ରହ କରି ଯାଞ୍ଚ ପାଇଁ ପଠାଇଥିବା ବେଳେ କେଉଁ କାରଣରୁ ଆଶିଷ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ। ଘଟଣାଟି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ପୁଲିସ୍‌ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଛି। ତେବେ ମୃତକଙ୍କ ନାଁରେ ସୋହେଲା ସମେତ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ଜଣାପଡ଼ିଛି।

ମୃତ ରମାକାନ୍ତ ନିଜେ ରଖିଥିବା ଏକ ଗାଡ଼ି ଚଳାଇ ପରିବାର ପୋଷଣ କରନ୍ତି। ପରିବାର ରେ ତାଙ୍କର ପତ୍ନୀ, ୨ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର