ବରଗଡ଼: ଉଜୁଡ଼ା ଅବସ୍ଥାରେ ପଡ଼ିଥିବା ଜାତୀୟ ରାଜପଥର ୧୫ ଦିନ ଭିତରେ ମରାମତି ନହେଲେ ତୀବ୍ର ଜନ ଆନ୍ଦୋଳନ ହେବ ବୋଲି ଚେତନା ଅନୁଷ୍ଠାନ ଚେତାବନୀ ଦେଇଛି। ଏନେଇ ଅନୁଷ୍ଠାନ ପକ୍ଷରୁ ମଂଗଳବାର ଦିନ ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପ୍ରତୀକ ଧାରଣା ଦିଆଯାଇଛି। ଲୁହୁରାଚଟୀ-ସମ୍ବଲପୁର ରାଜପଥର ପୁନଃ ମରାମତି ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ହେଁ ପ୍ରଶାସନ କିଛି ଠୋସ୍‌ ପଦକ୍ଷେପ ନେଇ ନାହିଁ।

Advertisment

୧୫ ଦିନ ମଧ୍ୟରେ ଲୁହୁରାଚଟୀ-ସମ୍ବଲପୁର ଯାଏଁ ସଂପୂର୍ଣ୍ଣ ପିଚୁକରଣ, ଘୁଲିପାଲି ଛକ ଏବଂ ବିକାଶ ସ୍କୁଲ ଛକରେ ଅଣ୍ଡରପାସ ନିର୍ମାଣ, ବୀର ଛକ (ହଲଦିପାଲି ଛକ)କୁ ଗୋଲେଇ ଛକ କରି ଟ୍ରାଫିକ ନିୟନ୍ତ୍ରଣ, ଭଟଲି ରୋଡ ଏବଂ ଘରୋଇ ବସଷ୍ଟାଣ୍ଡ (କଟାପାଲି କେନାଲ ରୋଡ଼) ଠାରେ ଏନଏଚ୍‌ କୁ ସଂଯୋଗ କରିବା ପାଇଁ ସ୍ଲିପରୋଡର ବ୍ୟବସ୍ଥା, ସରକାରୀ ନିୟମ ଅନୁଯାୟୀ ଟୋଲ ଗେଟକୁ ଶୀଘ୍ର ସ୍ଥାନାନ୍ତର କରିବାକୁ ଅନୁଷ୍ଠାନ ଦାବି କରିଛି। ସଂଘର ସଭାପତି ଉମାବଲ୍ଳଭ ମିଶ୍ରଙ୍କ ନେତୃତ୍ୱରେ ଉପସଭାପତି ଶିରିଶ ବଲ୍ଳଭ ମିଶ୍ର ଓ ଶ୍ୟାମସୁନ୍ଦର ଅଗ୍ରୱାଲ, ସଂପାଦକ ରବି ପଣ୍ଡା, ମୁଖ୍ୟ ସଂଯୋଜକ ଲିପସିତ ମିଶ୍ର, ଭାଗ୍ୟସିନୀ ପାତ୍ର, କୁସୁମ ଶର୍ମା, ଲଲାଟେନ୍ଦୁ ବେହେରା, ଭାରତ ଭୂଷଣ ଦାଶ, କମଳ ଯୋଶୀ, ଚିନ୍ମୟୀ ମେହେର, ସୁନୀଲ ପୁରୋହିତ, ବିଷ୍ଣୁଚରଣ ଦାଶ, ସଚିଦାନନ୍ଦ ପାତ୍ର, ଯଶବୀର ସିଂ,ଲକ୍ଷ୍ମଣ ନନ୍ଦ, ଅନୁପ ଶତପଥୀ, କାହ୍ନ ଚରଣ ପୃଷ୍ଟି, ଭବାନୀ ପ୍ରସାଦ ସାହୁ, ରମେଶ ପତି, ଅସିତ ପ୍ରମୁଖ ସାମିଲ ଥିଲେ। ପରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇଥିଲା।