ବରଗଡ଼: ଭାରତୀୟ ଜନତା ପାର୍ଟିର ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁ ଶୁକ୍ରବାର କହିଛନ୍ତି, ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ଭାଜପାରେ ସାମିଲ ହେବାରେ କୌଣସି ଅସୁବିଧା ନାହିଁ, କିନ୍ତୁ ତାଙ୍କରି ପ୍ରାର୍ଥୀତ୍ୱକୁ ଗ୍ରହଣ କରାଯାଇ ପାରିବ ନାହିଁ। ବିଜେପି ସର୍ବ ବୃହତ୍ତ ରାଜନୈତିକ ଦଳ ହୋଇଥିବାରୁ ଏଥିରେ ଯେ କେହି ବି ସାମିଲ ହୋଇ ପାରିବେ। ନାରାୟଣ କହିଛନ୍ତି, ୨୦୧୪ ବିଧାନସଭା ନିର୍ବାଚନରେ ଅଶୋକ ବିଜେପି ବିରୋଧରେ ନିର୍ବାଚନ ପଡ଼ିଆକୁ ଓହ୍ଲାଇ ଥିଲେ। ଯଦି ସେ ଆଜି ବିଜେପିରୁ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି, ଆମେ ଗ୍ରହଣ କରିବୁ କେମିତି?
ଗତ ଫେବ୍ରୁଆରୀରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବିଜେପିର ସ୍ଥିତି ଉପରେ ଭାଜପା ନେତା ଅଶୋକ କହିଛନ୍ତି, ଦଳକୁ ୯୨,୨୬୬ ଭୋଟ ମିଳିଥିଲା। ଏହା କେବଳ ଦଳୀୟ କର୍ମୀଙ୍କ ନିଷ୍ଠାପର ଉଦ୍ୟମ ଯୋଗୁଁ ସମ୍ଭବ ହୋଇଥିଲା। ପଞ୍ଚାୟତ ନିର୍ବାଚନକୁ ସମୀକ୍ଷା କରାଗଲେ ଜଣାପଡ଼ିବ ଯେ, ଯେଉଁ ଲୋକ ସାଧାରଣ ଲୋକଙ୍କ ସୁଖ-ଦୁଃଖ ସହିତ ଜଡ଼ିତ ସେମାନଙ୍କୁ ପ୍ରାର୍ଥୀ କରାଗଲେ ବିଜେପୁର ଅଞ୍ଚଳର ବିକାଶ ହେବ। ଏହା ଦ୍ୱାରା ବିଜେପି ଲକ୍ଷାଧିିକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପାରିବ।