ମଧ୍ୟାହ୍ନ ଭୋଜନରେ ପୋକ, ସ୍କୁଲ ପରିସରରେ ଅଭିଭାବକ ଓ ସ୍ଥାନୀୟ ସରପଞ୍ଚଙ୍କ ଉତ୍ତେଜନା

ବାରିପଦା: ବାରିପଦାର ବଡ଼ସାହି ବ୍ଳକର ଉଠାଣିନୁଆ ଗାଁ ଉଚ୍ଚ ପ୍ରାଥମିକ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନରେ ସୋୟାବିନ ବଡ଼ିରେ ପୋକ ବାହାରିବା ନେଇ ଶନିବାର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ସରପଞ୍ଚ ସ୍କୁଲରେ ଅଭିଯୋଗ କରିଛନ୍ତି।

ସ୍କୁଲରେ ପିଲାମାନଙ୍କୁ ଭଲ ସୁଷମ ଖାଦ୍ୟ ଦେବାକୁ ବାରମ୍ବାର ସରପଞ୍ଚ ପରାମର୍ଶ ଦେଇଥିଲେ। ଏହା ସତ୍ତ୍ୱେ ବି ପ୍ରଧାନ ଶିକ୍ଷୟିତ୍ରୀ କର୍ଣ୍ଣପାତ ନ କରି ପୁଣି ପୋକ ଲଗା ସୋୟାବିନ ବଡ଼ି ତରକାରୀ ପିଲାଙ୍କୁ ଖାଇବାକୁ ଦେଇ ଥିବାରୁ ଆଜି ସରପଞ୍ଚ ମଧୁସୂଦନ ପଣ୍ଡାଙ୍କ ନେତୃତ୍ୱରେ ଅଭିଭାବକମାନେ ସ୍କୁଲରେ ପହଁଞ୍ଚି ପ୍ରତିବାଦ କରିଥିଲେ।

ଏଥିସହିତ ପ୍ରଧାନ ଶିକ୍ଷୟିତ୍ରୀ ଶାବିନି ସିଂ ଙ୍କ ବଦଳି ଦାବି କରିଛନ୍ତି। ଖୁବଶୀଘ୍ର ଏ ଦିଗରେ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ସରପଞ୍ଚ ଜଣାଇଛନ୍ତି । ସକାଳ ୮ଟାରୁ ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍କୁଲ ପରିସରରେ ଉତ୍ତେଜନା ଲାଗି ରହିଥିଲା। ଆଜି ଏମଡିଏମ ରାନ୍ଧିବା ବନ୍ଦ ରହିବାରୁ ସମସ୍ତ ପିଲାଙ୍କୁ ବିସ୍କୁଟ ପ୍ୟାକେଟ ଦିଆଯାଇଛି।

ସମ୍ବନ୍ଧିତ ଖବର