ରଥଯାତ୍ରା ଆୟୋଜନ ଦାବିରେ ବାରିପଦାରେ ଜନ ଶୋଭାଯାତ୍ରା

ବାରିପଦା :  ଦ୍ବିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାରେ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଆୟୋଜନ ଦାବି କରି ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ଆଜି ସହରର ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକେ ଏକ ଶୋଭାଯାତ୍ରା କରି ଏହି ଦାବି ଜଣାଇଛନ୍ତି । ଲୋକମାନେ ଶଙ୍ଖ ଫୁଙ୍କି ଓ ଘଣ୍ଟ ବଜାଇ ବିଶାଳ ଶୋଭାଯାତ୍ରାରେ  ଶ୍ରୀ ହରିବଳଦେବ ଜୀଉ ମନ୍ଦିର ସାମନାରୁ ବାହାରି ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ ।

ଗତ କାଲି ବାରିପଦାରେ ରଥଯାତ୍ରା ବନ୍ଦ ନିଷ୍ପତିର ପୁର୍ନବିଚାର କରାଯାଇ କରୋନା କଟକଣା ମଧ୍ୟରେ ବିନା ଭକ୍ତରେ ଆୟୋଜନ କରାଯିବା ନିମନ୍ତେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲା ଶ୍ରୀଜଗନ୍ନାଥ ବାହିନୀ । ବାହିନୀର କର୍ମକର୍ତ୍ତାମାନେ ଏନେଇ ଆଜି ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ।

ସୂଚନାଯୋଗ୍ୟ ଯେ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ବିନା ଶ୍ରଦ୍ଧାଳୁରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର