ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା: ଯୁଦ୍ଧକାଳୀନ ଭିରେ ଚାଲିଛି ରଥ ନିର୍ମାଣ

ବିନା ଭକ୍ତରେ ବଡ଼ଦାଣ୍ଡରେ ଗଡ଼ିବ ରଥ, ଟାଣି ପାରନ୍ତିି ସେବାୟତ ଓ ପୁଲିସ, ଶ୍ରୀକ୍ଷେତ୍ରଧାମ ପୁରୀର ନିଷ୍ପିକୁ ଅପେକ୍ଷା

ବାରିପଦା: ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ଶ୍ରୀ ଶ୍ରୀ ହରିବଳଦେବଜୀଉ ମହାପ୍ରଭୂଙ୍କ ରଥଯାତ୍ରା ପାଇଁ ଦେବୋର ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିରେ ଚାଲିଛି ରଥ ନିର୍ମାଣ । ଚଳିତ ବର୍ଷ ଜୁନ ୨୩ରେ ମହାପ୍ରଭୂଙ୍କ ପହଣ୍ଡି ବିଜେ ହେବାକୁ ଥିବା ବେଳେ ପରମ୍ପରା ମୁତାବକ ପୁରୀ ରଥଟଣା ଗୋଟାଏ ଦିନ ପରେ ଅର୍ଥାତ ଜୁନ ୨୪ ଓ ୨୫ରେ ରଥଟଣା ହେବ ସେହିପରି ମହାପ୍ରଭୂଙ୍କ ବାହୁଡା ଯାତ୍ରା ଅବସରରେ ଜୁଲାଇ ୧ ରେ ବାହୁଡ଼ା ପହଣ୍ଡି ବିଜେ ହୋଇ ୨ ଓ ୩ ଦୁଇ ଦିନ ରଥ ଟଣା ସମ୍ପନ୍ନ ହେବ କରୋନା କଟକଣା କରିଛି ସବୁ ବାଟବଣା । ଚଳିତ ବର୍ଷ ପ୍ରଥମ ଥର ନିମନ୍ତେ ବଡ଼ ଦାଣ୍ଡରେ ଗଡ଼ିବ ନନ୍ଦିଘୋଷ, ତାଳଦ୍ୱଜ ଓ ଦର୍ପଦଳନ ରଥ । ଟାଣି ପାରନ୍ତିି ମହାପ୍ରଭୂଙ୍କ ସେବାୟତ ଓ ପୁଲିସ ।

ଜନସୃତିରୁ ଜଣାପଡ଼େ ମହାପ୍ରଭୂଙ୍କ ସ୍ୱପ୍ନାଦେଶ ପରେ ମୟୂରଭଂଜ ଗଡ଼ଜାତ ରାଜ୍ୟର ମହାରାଜା ବୈଦ୍ୟମାଥ ଭଦେଓ ଖ୍ରୀଷ୍ଟାବ୍ଦ ୧୫୭୫(ଶକାବ୍ଦ ୧୪୯୮)ରେ ନିଜର ଗଡ଼ ବାରିପଦାରେ କଳିଙ୍ଗର ରେଖାଶୈଳୀରେ ପୁରୀର ସୁଦକ୍ଷ ମନ୍ଦିର ଶିଳ୍ପୀମାନଙ୍କ ଦ୍ୱାରା ମହାପ୍ରଭୂଙ୍କର ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବା ପରବର୍ତ୍ତୀ ସମୟଠାରୁ ପୁରୀ ଶ୍ରୀମନ୍ଦିରର ସମସ୍ତ ରୀତିନୀତି ଓ ନିୟମ ଅନୁସାରେ ମହାପ୍ରଭୂଙ୍କର ପୂଜାର୍ଚ୍ଚନା କରାଯାଇ ଆସୁଅଛି ।

ସେହିପରି ମହାପ୍ରଭୂ ମୟୂରଭଂଜ ମହାରାଜାଙ୍କୁ ଦେଇଥିବା ସ୍ୱପ୍ନାଦେଶ ଅନୁସାରେ ପ୍ରତ୍ୟେକ ଦିନ କିଛି ସମୟ ବାରିପଦା ମନ୍ଦିରକୁ ବିଜେ ହୋଇ ଏବଂ ପୁରୀ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରାର ପରବର୍ତ୍ତୀ ଦିବସରେ ବାରିପଦା ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦର୍ଶନ ଦେବେ । ତେଣୁ ବାରିପଦା ଦେବୋର ବିଭାଗ ଓ ଜିଲ୍ଲାପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପବିତ୍ର ଶ୍ରପଂଚମୀରୁ ରଥ କାଠ ଅନୁକୂଳ ହୋଇଥିଲା ।

ଅକ୍ଷୟ ତୃତୀୟାରେ ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବା ପରେ ମନ୍ଦିର ଭିତରେ ପୂଜା ପାଉଥିବା ମହାରାଜା ବୈଦ୍ୟନାଥ ଭଦେଓଙ୍କ ହାତର ମାପ କାଠି ଅନୁସାରେ ୨୩ ହାତ ୧୨ ଆଙ୍ଗୁଳି ଉଚ୍ଚତା ଓ ୧୬ ଚକ ସହିତ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ, ୨୩ ହାତ ୬ ଅଙ୍ଗୁଳି ଓ ୧୪ ଚକ ସହିତ ମହାପ୍ରଭୂ ବଳଭଦ୍ରଙ୍କ ତାଳଧ୍ୱଜ ଓ ୨୨ ହାତ ୧୪ ଅଙ୍ଗୁଳି ଓ ୧୨ ଚକ ସହିତ ଦେବୀ ସୁଭଦ୍ରାଙ୍କ ବିଜୟା ରଥର ର୍ନିମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଯାଇଛି । କେବଳ ମୋତି ବାରୁଣି, ବେଢ଼ା ଚୁନାଟ, ସିଂହାସନ ଚୁନାଟ, ଦୁଇ ପାର୍ଶ୍ୱରେ ମର୍ଗଳ ପରୀ, ବେଢ଼ା ତଳେ ମର୍ଗଳ ଓ ୩ ପାର୍ଶ୍ୱରେ ଜଳନ୍ଧର କାର୍ଯ୍ୟ ବାକି ରହିଛି । ଏହାପରେ ଜୁନ ୨୦ ଅଧିବାସ ତିଥିରେ ଗତ ବର୍ଷର କପଡ଼ାରେ ଦାଣ୍ଡ କନା(କପଡ଼ା) ଉଠି ରଥକୁ ଆବୃତ୍ତ କରାଯିବ । ସେହିପରି ଜୁନ ୨୩ ପହଣ୍ଡି ବିଜେ ଦିନ ସକାଳ ସମୟରେ ମନ୍ଦିର ନୀତି ର୍ନିଘ ଅନୁସାରେ କଳସ ପ୍ରତିଷ୍ଠା, ରଥ ପ୍ରତିଷ୍ଟା, ମା ଅମ୍ବିକା ଦାସୀ ରଥ ପ୍ରଦକ୍ଷଣ, ଚକାଛଡ଼ା ନୀତି ସମ୍ପନ୍ନ ହେବା ପରେ ମହାପ୍ରଭୂ ପହଣ୍ଡି ବିଜେ କରିବେ । ଏଥି ନିମନ୍ତେ ରଥଖଳାରେ ରୂପକାର ସେବକ ଶୁଆସାରୀ, ପାର୍ଶ୍ୱଦେବୀ ଓ ନାଟଗୋଡ଼ ଆଦି ଖୁଦେଇ ଓ ରଙ୍ଗ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ମହାପ୍ରଭୂମାନଙ୍କର ୩ ରଥ ର୍ନିମାଣ କାର୍ଯ୍ୟ ଦାୟିତ୍ୱରେ ଜଣେ ରଥ ମହାପାତ୍ର ସହିତ ରଥ ମହାରଣା ୫ ଜଣ, ବାର୍ଚ୍ଛିଆ ୧୮ ଜଣ, ପୋଟଳବନ୍ଧା ୬ ପ୍ରମୁଖ ଏବଂ ଅନ୍ୟାନ୍ୟ କାର୍ଯ୍ୟ ନିମନେତ ଦୈନିକ ୫/୬ ରଥ ନିର୍ମାଣ କାରିଗର ଦିନରାତି କାର୍ଯ୍ୟରେ ଲାଗିଛନ୍ତି ।

ସେହିପରି ବାରିପଦାରେ ମହାପ୍ରଭୂ ସାନ ଜଗନ୍ନାଥଙ୍କ ଘୋଷଯାତ୍ରା ନିମନ୍ତେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି ଏବଂ ଆସନ୍ତା ୪/୫ ଦିନ ମଧ୍ୟରେ ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବାର ସମ୍ଭାବନା ରହିଛି । ବାରିପଦା ପୂର୍ତ୍ତ ଓ ନଗର ର୍ନିମାଣ ବିଭାଗ ର୍ନିବାହୀ ଯନ୍ତ୍ରୀଙ୍କ ତତ୍ୱାବଧାନରେ ଚାଲିଥିବା ର୍ନିମାଣ କାର୍ଯ୍ୟ ଶେଷ ହେବାପରେ ରଥର ଫିଟନେସ ସାର୍ଟିଫିକେଟ ଜିଲ୍ଲା ପ୍ରଶାସନ ନିକଟରେ ଦାଖଲ କରାଯିବ ବୋଲି ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ର ପ୍ରକାଶ କରିଛନ୍ତିା

ତେବେ ଚଳିତ ବର୍ଷ ବିଶ୍ୱ ମହାମାରୀ କରୋନା ମୁକାବିଲା ନମନ୍ତେ ଜାରି ହୋଇଥିବା କଟକଣା ମହାପ୍ରଭୂଙ୍କ ପବିତ୍ର ଘୋଷଯାତ୍ରାକୁ କରି ପକାଇଛି ବାଟବଣା । ଶ୍ରୀକ୍ଷେତ୍ର ଧାମ ପୁରୀରେ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ନିଷ୍ପିକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଅପେକ୍ଷା କରି ବସିଛି ।

ମାତ୍ର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଦେବୋର ବିଭାଗ ଓ ମୟୂରଭ ଜିଲ୍ଲା ପ୍ରଶାସନର ମିଳିତ ଉଦ୍ୟମରେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ଆୟୋଜିତ ହୋଇଆସୁଛି । ଏଥି ନିମନ୍ତେ ପ୍ରତ୍ୟେକ ବର୍ଷ ୨ ଥର ପ୍ରସ୍ତୁତି ବୈଠକ ବସିଥାଏ । ଉକ୍ତ ବୈଠକରେ ଦେବୋର ବିଭାଗର ର୍ନିବାହୀ ଅଧିକାରୀ ତଥା ବାରିପଦା ଉପଲ୍ଲ୍‌ାପାଳ ପୂର୍ବ ବର୍ଷର ବ୍ୟବ ବରାଦର ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଚଳିତ ବର୍ଷର ବ୍ୟୟ ଅଟକଳକୁ ଉପସ୍ଥାପନ କରିଥାନ୍ତି । ଏହାପରେ କେଉଁ ବିଭାଗକୁ କେଉଁ ଦାୟିତ୍ୱ ପ୍ରଦାନ କରାଗଲା ତାହା ସର୍ବ ସମ୍ମୁଖରେ ଘୋଷଣା କରାଯାଇ ଥାଏ । ମାତ୍ର ଚଳିତ ବର୍ଷ ମହାପ୍ରଭୂଙ୍କ ପବିତ୍ର ରଥଯାତ୍ରା ନିମନ୍ତେ ହାତ ଗଣତି କେତୋଟି ଦିବସ ବାକି ରହିଯାଇଥିବା ସମୟରେ କୌଣସି ପ୍ରସ୍ତୁତି ବୈଠକ ଆୟୋଜନ କରାନଯିବା ଜଗନ୍ନାଥ ପ୍ରେମୀ ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରାଇଛି । ତେବେ ଏ ବିଷୟରେ ଦେବୋର ବିଭାଗ ର୍ନିବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡ଼ିଏ ବସନ୍ତ କୁମାର ସେଠୀ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ଶ୍ରୀଶ୍ରୀ ହରିବଳଦେବ ଜୀଉ ବିଜେ ମହାପ୍ରଭୂଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ନିମନ୍ତେ ଦିନେ ଦୁଇ ଦିନ ଭିତରେ ପ୍ରସ୍ତୁତି ବୈଠକ ବସିବ । ଏହି ସମୟରେ ସମସ୍ତ ବିଷୟ ଆଲୋଚନା କରାଯିବ । ପୁରୀ ଶ୍ରୀମନ୍ଦିରର ସମସ୍ତ ନୀତିକାନ୍ତି, ରୀତିନୀତି, ପାର୍ବଣୀ ଆଦିକୁ ଦ୍ୱିତୀୟ ଶ୍ରୀକ୍ଷେତ୍ରରେ ବାରିପଦାରେ ପାଳନ କରାଯାଇ ଥାଏ । ତେଣୁ ପୁରୀ ଶ୍ରୀମନ୍ଦିରର ନିଷ୍ପିକୁ ଅପେକ୍ଷା କରାଯାଇଛି । ଆବଶ୍ୟକ ପଡ଼ିଲେ ସେବାୟତ ଓ ପୁଲିସ ରଥକୁ ଟାଣିବେ ବୋଲି ଶ୍ରୀସେଠୀ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର