ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ନବମ ଦିନରେ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ ସ୍ଥାନୀୟ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆଜି ନବମ ଦିନରେ ପହଂଚିଛି।

ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ସିଦ୍ଧିଦାତ୍ରୀ ବେଶରେ ଭୂଷିତ କରାଯାଇଥିଲା। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦିଆଯାଇଥିଲା। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଥିଲେ। ଆଜି ମଧ୍ୟ ମନ୍ଦିର ବେଢାରେ କମିଟିର ସଦସ୍ୟ ମାନେ ଜଗନ୍ନାଥଙ୍କ ଟଙ୍କ ତୋରାଣି ବଣ୍ଟନ କରିଥିଲେ।

ବିଜୟା ଦଶମୀ ଅବସରରେ ରବିବାର ପୂର୍ଣ୍ଣାହୁତିରେ ମା’ ଦଶ ଭୁଜା ଦୁର୍ଗା ବେଶରେ ଦର୍ଶନ ଦେବା ସହ ସନ୍ଧ୍ୟାରେ ପ୍ରସାଦ ସେବନ କରାଯିବ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ସତ୍ୟନାରାୟଣ ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ଶଶୀକାନ୍ତ ମହାପାତ୍ର, କାର୍ତ୍ତିକ ସାହାଣୀ, କାଲିକା ପଣ୍ଡା, ଗୀତା ରାଣୀ ବେହେରାଏବଂ ସ୍ପନ୍ଦନ ମହାନ୍ତି ସାଇ, ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର