ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ଚତୁର୍ଥ ଦିନରେ କୁଷ୍ମାଣ୍ଡା ବେଶ ଦର୍ଶନ କଲେ ଶ୍ରଦ୍ଧାଳୁ

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠର କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା ଜାଗୁଳାଇଙ୍କ ଶକ୍ତିପୀଠରେ ୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ସୋମବାର ଚତୁର୍ଥ ଦିନରେ ପହଂଚିଛି ।

ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇଛି। ସେହିଭଳି ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କ ଦୁର୍ଲଭ କୁଷ୍ମାଣ୍ଡା ବେଶ ଅନୁଷ୍ଟିତ ହୋଇଯାଇଛି। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦିଆଯାଇଛି। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଛନ୍ତି।

ମା’ ମଙ୍ଗଳବାର ସ୍କନ୍ଦ ମାତା ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଏଲ ଡି ମହାନ୍ତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।

ଏହି ମହୋତ୍ସବକୁ, କୋଷାଧକ୍ଷ ଚନ୍ଦ୍ର ଶେଖର ପଣ୍ଡା, ପ୍ରକାଶ କୁମାର ସାହୁ, ମାନ ପାଟସାହାଣୀ, ଅଭିରାମ କର, ଭାସ୍କର ହରିଚନ୍ଦନ, ଉପେନ୍ଦ୍ର ରାଉତରାୟ ପ୍ରମୁଖ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର