ପଞ୍ଚମ ଦିନରେ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ସ୍କନ୍ଦ ମାତା ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ମଙ୍ଗଳବାର ପଞ୍ଚମ ଦିନରେ ପହଂଚିଛି। ଏହି ଅବସରରେ ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ସ୍କନ୍ଦ ମାତା ବେଶ କରାଯାଇଥିଲା। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦିଆଯାଇଥିଲା। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ କରିଛନ୍ତି। ଦେବୀ ବାର ଥିବାରୁ ଆଜି ମା’ଙ୍କ ପାଖରେ ବିଶେଷ ପଣାର ବ୍ୟବସ୍ଥା କରାଯାଇଥିଲା।

ମା’ କତାୟିନୀ ବେଶରେ ଦର୍ଶନ ଦେବେ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ହିସାବ ସମୀକ୍ଷକ ବିଜୟ କୁମାର ରାଜା ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।ଏହି ମହୋତ୍ସବକୁ, ସତୀଶ ପରିଡା, ଭାଗିରଥି ପ୍ରଧାନ, ସନ୍ତୋଷ ମାହୁନ୍ତ, ଭାସ୍କର ହରିଚନ୍ଦନ, ରଞ୍ଜନ ମହାରଣା, ପ୍ରମୁଖ ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର