ହାଟଡିହି: ହାଟଡିହି ବ୍ଲକ୍‌ ମରୈଗାଁ ହାଇସ୍କୁଲରେ ୫-ଟିରେ ୬ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମିତ ହୋଇଥିବା ବାସ୍କେଟବଲ୍‌ କୋର୍ଟ ଗୋଟିଏ ବର୍ଷାରେ ଦବିଯାଇଛି। ପ୍ରଧାନଶିକ୍ଷକ ପ୍ରତାପ ଚନ୍ଦ୍ର ଜେନାଙ୍କ କହିବା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ଏହି ବାସ୍କେଟବଲ୍‌ କୋର୍ଟ ନିର୍ମାଣ ହୋଇଥିଲା ।

Advertisment

ଦୁଇଦିନ ତଳେ ହୋଇଥିବା ବର୍ଷାରେ କୋର୍ଟର ବିଭିନ୍ନ ସ୍ଥାନ ଦବିଯାଇଛି। ନିମ୍ନ ନିମ୍ନମାନର କାମ ହେଉଥିବା ନେଇ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ଅଧିକାରୀ ଏହାକୁ କର୍ଣ୍ଣପାତ କରି ନଥିଲେ। ଯେଉଁଥିପାଇଁ ନିର୍ମାଣର ମାତ୍ର ୫ ମାସ ପରେ ବାସ୍କେଟବଲ୍‌ କୋର୍ଟ ଦବିଗଲା ବୋଲି ଗ୍ରାମର କିଛି ବ୍ୟକ୍ତି ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ପଞ୍ଚାୟତର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁକାନ୍ତ ନାୟକଙ୍କୁ ପଚାରିବାରୁ, ବର୍ଷାରେ କୋର୍ଟ ତଳୁ ବାଲି ଧୋଇଯିବାରୁ କିଛି ସ୍ଥାନ ଦବି ଯାଇଥିବା ସେ ଶୁଣିଛନ୍ତି। ଏହାର ପୁନଃନିର୍ମାଣ କରାଯିବ ବୋଲି ସେ କହିଛନ୍ତି।