ବାରିପଦା: ବିଶ୍ୱ ବିଖ୍ୟାତ ଶିମିଳିପାଳ ଅଭୟାରଣ୍ୟରେ ଥିବା ବାଥୁଡ଼ି ସମାଜର ଶ୍ରୀଶ୍ରୀ ଅଠର ଦେଉଳ ବଡ଼ାମ ଠାକରାଣୀଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଯାଇଛି । ଜିଲ୍ଲାର ସାନମାମୁଁଡିଆସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଚଳିତ ମାସ ୧୮ରେ ଠାକୁରାଣୀଙ୍କ ନିକଟରେ ଦ୍ୱାରଶୁଣି ପୂଜା ଓ ରହଣି, ୧୯ରେ ଗଣେଶ୍ୱର ଗତ ପୂଜା ଓ ରହଣି, ୨୦ରେ ଗଡ଼ ଚଣ୍ଡି ପୂଜା ଓ ଯୋରନ୍ଦା ଗମନ, ୨୧ରେ ନୀଳମାଧବ ପୂଜା ଓ ରହଣି, ୨୨ରେ ବରେହିପାଣି ସନ୍ଦାର ପୂଜା ଓ ନଅଣା ରହଣି, ୨୩ରେ ମାନବ ଦେଉଳ ପ୍ରବେଶ, ବେଢ଼ା ସଫାସୁତରା ଓ ରହଣି, ୨୪ରେ ଧୋବା ଭଣ୍ଡାରୀଙ୍କ ଶୌଚ, ପୁରୋହିତଙ୍କ ନିକଟରୁ ଗୋମୟ ପାନ ପୂର୍ବକ ଈଶ୍ୱର ଦେଉଳ ପୂଜା ଓ ମାନବ ଦେଉଳ ନିକଟରେ ରହଣି, ୨୫ରେ ପଦ୍ମ ପୋଖରୀ ପ୍ରତିଷ୍ଠା, ଲକ୍ଷ୍ମୀ ମାଆଙ୍କ ଆବାହନ, ସନ୍ଧ୍ୟାରେ ଲକ୍ଷ୍ମୀ ମାଆଙ୍କ ପୂଜା ଓ ରହଣି, ୨୬ରେ ମେଢ଼ ପୂଜା ଓ ରହଣି, ୨୭ରେ ପ୍ରଭୂଙ୍କଠାରୁ ମେଲାଣି ଓ ଗୃହ ପ୍ରତ୍ୟାବର୍ତ୍ତନ କାର୍ଯ୍ୟ ସମ୍ପନ୍ନ ହୋଇଯାଇଛି ।
/sambad/media/post_attachments/wp-content/uploads/2021/03/IMG-20210330-WA0014-480x1024.jpg)
ଠାକୁରାଣୀଙ୍କ ମୁଖ୍ୟ ପୂଜକ ଚିତ୍ତରଞ୍ଜନ ମହାପାତ୍ର ଓ ସହଯୋଗୀ ଦେହୁରୀ ଗୌତମ ମଢ଼େଇ ଓ ବନମାଳୀ ନାଏକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଲଳିତ ପଧୁରିଆ, ସୈଳେଶ ନାଏକ, ରୂପେଶ କୁମାର ଗିରି, ବୀରେନ୍ଦ୍ର ନାଏକ, ଦେବ ନାଏକ, ନବ ବିଶ୍ୱାଳ, ସନାତନ ନାଏକ, ବାଜୁ ନାଏକ, କେଶବ ଚନ୍ଦ୍ର ନାଏକ, କୃଷ୍ଣ ନାଏକଙ୍କ ପରିଚାଳନାରେ ଅନୁଷ୍ଠିତ ଉକ୍ତ ଶ୍ରୀ ଶ୍ରୀ ଅଠର ଦେଉଳ ବଡ଼ାମ ଠାକୁରାଣୀଙ୍କ ପୂଜାର୍ଚ୍ଚନାରେ ମୟୂରଭଞ୍ଜ ଜିଲ୍ଲା ସହିତ ପଡ଼ୋଶୀ ବାଲେଶ୍ୱର ଓ କେନ୍ଦୁଝର ଆଦି ଜିଲ୍ଲାଗୁଡ଼ିକରୁ ଶତାଧିକ ଭକ୍ତ ଯୋଗ ଦେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/IMG-20210330-WA0010.jpg)