ପାଣିକୋଇଲି: ପାଣିକୋଇଲି ଥାନା ଖୋସାଲପୁରସ୍ଥିତ ଜୟ ଜଗନ୍ନାଥ କୋଇଲା ଇଣ୍ତଷ୍ଟ୍ରି ପରିସରରୁ ୩ ଟି ହାଇୱାରୁ ୬ଟି ବ୍ୟାଟେରି ଚୋରି ହୋଇଛି। ଷଠିପୁରର ସିଦ୍ଧାର୍ଥ ଶଙ୍କର ବିଶ୍ବାଳଙ୍କ ନାମରେ ଥିବା ତିନୋଟି ହାଇୱା (ଓଡି ୦୪କେ ୯୯୫୭, ଓଡି ୩୪ ପି ୮୮୫୭, ଓଡି ୩୪ କିୟୁ ୪୪୫୭)କୁ ସେଠାରେ ରଖି ଚାଳକମାନେ ରଜ ପାଇଁ ଘରକୁ ଯାଇଥିଲେ।

Advertisment

୧୫ ତାରିଖ ପର୍ଯ୍ୟନ୍ତ ଗାଡ଼ିରେ ବ୍ୟାଟେରି ଥିଲା। ଆଜି ଗାଡ଼ିଗୁଡ଼ିକୁ ବାହାର କରିବାକୁ ଯିବାବେଳକୁ ବ୍ୟାଟେରି ନଥିବା ଦେଖିବାକୁ ମିଳିଥିଲା। ଏନେଇ ମାଲିକ ସିଦ୍ଧାର୍ଥ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।