ଘଟଗାଁ/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବିଡିଓଙ୍କ ଗାଡ଼ି ଆଜି ସକାଳେ ଘଟଗାଁ ଥାନା ପୋଇଜାମୂଳା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବିଡିଓ ଅଶ୍ୱିନୀ ମେହେର ଓ ତାଙ୍କ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମିଳିଥିବା ସୂଚନା ଅପନୁଯାୟୀ, ବିଡିଓ ଶ୍ରୀ ମେହେରା କୌଣସି କାର୍ଯ୍ୟରେ ଯାଉଥିବା ବେଳେ ପୋଇଜାମୂଳା ଛକ ନିକଟରେ ତାଙ୍କ ବୋଲେରୋ ଗାଡ଼ି ଏକ ଟ୍ରକ୍କୁ ପଛରୁ ପିଟିଥିଲା। ଫଳରେ ଶ୍ରୀ ମେହେରା ଓ ଡ୍ରାଇଭର ଆହତ ହୋଇଥିଲେ। ବିଡିଓ ଶ୍ରୀ ମେହେରଙ୍କୁ ଆନନ୍ଦପୁର ଓ ଡ୍ରାଇଭରଙ୍କୁ ଘଟଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡ୍ରାଇଭରର ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି।
କେନ୍ଦୁଝର: ଦୁର୍ଘଟଣାରେ ବାଂଶପାଳ ବିଡଓ ଆହତ
/sambad/media/post_attachments/wp-content/uploads/2017/11/keonjhar-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)