ନିଜ ଅଫିସରେ ବନ୍ଦୀ ହେଲେ ବିଡ଼ିଓ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ବିଡ଼ିଓ ସତ୍ୟନାରାୟଣ ମେହେର ଆଜି ନିଜ ଅଫିସରେ ବନ୍ଦୀ ହୋଇ ରହିଥିଲେ। ଝରିଗାଁ ବ୍ଲକ ଅଧ୍ୟକ୍ଷା ରମୁଲା ଗଣ୍ଡ ଆଜି ପ୍ରାୟ ୧୧ ଘଂଟା ସମୟରେ ଝରିଗାଁ ବିଡ଼ିଓ ବ୍ଳକର ଉନ୍ନୟନ ମୂଳକ କାର୍ଯ୍ୟରେ ସହଯୋଗ କରୁ ନଥିବା ଏବଂ ଲେଆଉଟ ଦେଉ ନଥିବା ନେଇ ବିଡ଼ିଓଙ୍କୁ ତାଙ୍କ ଅଫିସରେ ବନ୍ଦୀକରି ରଖିଥିଲେ।

ବିଡ଼ିଓ ଅଫିସର କବାଟ ସାମ୍ନାରେ ଚେୟାର ପକାଇ ବସିବା ସହ କାହାରିକୁ ଭିତରକୁ ଯିବାପାଇଁ ଦେଇ ନଥିଲେ। ଫଳରେ କୌଣସି କର୍ମଚାରୀ ଭିତରକୁ ଯାଇପାରି ନଥିବା  ବେଳେ ଦୁରଦୂରାନ୍ତରୁ ଆସିଥିବା ଲୋକମାନେ ମଧ୍ୟ ହୋଇରାଣ ହୋଇଥିଲେ। ଦୀର୍ଘ ସମୟ ଧରି ଝରିଗାଁ ଥାନା ଅଧିକାରୀ ଓ ବିଡ଼ିଓ ବୁଝାସୁଝା କରିବା ପରେ ଅଧ୍ୟକ୍ଷା କବାଟ ଖେ‌ୋଲିଥିଲେ। ବିଡ଼ିଓ ଏବଂ ଅଧ୍ୟକ୍ଷା  ମିଶି କିଛି କାର୍ଯ୍ୟସ୍ଥଳୀକୁ ପରିଦର୍ଶନରେ ଯାଇଥିଲେ। ଅଧକ୍ଷାଙ୍କ କିହିବା ପ୍ରକାରେ ଯନ୍ତ୍ରୀମାନେ ଲେଆଉଟ ଦେଉ ନଥିବା ଅଭିଯୋଗ କରି ଅଧକ୍ଷା ଏଭଳି ପ୍ରତିବାଦ କରିଥିବା ନେଇ ବିଡ଼ିଓ ସତ୍ୟ ନାରାୟଣ ମେହେର ଜଣେଇ ଥିଲେ। ତେବେ ଏହାପରେ ପରେ ବ୍ଳକର କାର୍ଯ୍ୟ ସ୍ୱଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର