ବିଦ୍ୟାଳୟର କାନ୍ଥ ଗୁଡିକରେ ମହାପୁରୁଷ ମାନଙ୍କ ସହ ଦେଶର ସମସ୍ତ ରାଷ୍ଟ୍ରପତିଙ୍କ ଫଟୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୫ଟି ମାଧ୍ୟମରେ ୬ଟି ବିଦ୍ୟାଳୟକୁ ଉନ୍ନତିକରଣ କରାଯାଇ ମଡେଲ ବିଦ୍ୟାଳୟର ରୂପ ଦିଆଯାଇଥିବା ବେଳେ ଏଠାରେ ପିଲମାନେ ଅନ୍ୟ ଘରୋଇ ସ୍କୁଲ ଭଳି ଶିକ୍ଷା ଲାଭ କରିବେ ବୋଲି ସରକାର ଏଭଳି ଯୋଜନା ପ୍ରଣୟନ କରିଛନ୍ତି। ଏମାନଙ୍କ ମଧ୍ୟରୁ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ଉଦଲିବେଡା ପଞ୍ଚାୟତର ତଳଗଡିଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏଭଳି ସାଜସଜ୍ଜା କରାଯାଇଛି ଯେ ଏଠାରେ ପୃଥିବୀର ସପ୍ତାଚାର୍ଯ୍ୟ ଦେଖିବାକୁ ମିଳିବ। ବିଦ୍ୟାଳୟରେ ପ୍ରବେଶ କଲେ ପାର୍କର ଭ୍ରମ ସୃଷ୍ଟି କରୁଛି। ଏଠାରେ ବର୍ଷା ଜଳକୁ କିପରି ପୁନଃ ସଂରକ୍ଷଣ କରାଯାଇପାରିବ ତାହାର ଆଧୁନିକ ବ୍ୟବସ୍ଥା କରାଯାଇଛି। ତଳଗଡିଆଳି ଭଳି ଦୁର୍ଗମ ଗ୍ରାମରେ ସରକାରଙ୍କର ଏଭଳି ଉନ୍ନତ ଧରଣର ଶିକ୍ଷା ବ୍ୟବସ୍ଥା ଦେଖିବାକୁ ଆଖପାଖ ଗାଁ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକେ ଆସୁଥିବା ଦେଖିବାକୁ ମିଳିଛି। ଅଭିଭାବକ ମାନେ ଏବେ ଏହି ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ପାଇଁ ଲମ୍ବା ଲାଇନ ବାନ୍ଧୁଥଇବା ମଧ୍ୟ ଦେଖିବାକୁ ମିଳିଛି। ଉଦଲିବେଡା ପଞ୍ଚାୟତର ପିଇଓ ଅଶୋକ ମହାରଣା, ବିଡିଓ ଆଶିଷ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ବିଦ୍ୟାଳୟର ଉନ୍ନତିକରଣ କରାଯାଇଥିବା ଜଣାପଡିଛି।

Sambad

ଏହି ସ୍କୁଲରେ ଆଦିବାସୀ ଛାତ୍ରଛାତ୍ରୀ ପଢୁଥିବା ବେଳେ ସେମାନେ କିପରି ଯୋଗାଭ୍ୟାସ କରିବେ ସେଥିପାଇଁ ଉନ୍ନତଧରଣର କ୍ଲାସ ରୁମ ମଧ୍ୟ ନିର୍ମାଣ କରାଯାଇଛି। ପୂର୍ବରୁ ପିଲାମାନେ ତଳେ ବସି ଖାଉଥିଲେ। ଏବେ କିନ୍ତୁ ପିଲାମାନେ ଡାଇନିଂ ହଲରେ ବସି ଖାଉଛନ୍ତି। ଯାହା ସେମାନେ କେବେ ସ୍ବପ୍ନରେ ମଧ୍ୟ ଭାବିନଥିଲେ। ଏପରିକି ପରିଶ୍ରାଗାର ମଧ୍ୟ ଆଧୁନକ କଳାକୌଶଳରେ ନିର୍ମିତ ହୋଇଥିବା ଦେଖିବାକୁ ମିଳିଛି। ୫ଟି ଯୋଜନାରେ ବିଦ୍ୟାଳୟ ଗୁଡିକର ଉନ୍ନତିକରଣ କରାଯାଉଥିବା ବେଳେ ସେହି ଧରଣର ଉନ୍ନତିକରଣ ଏହି ବିଦ୍ୟାଳୟରେ କରାଯାଇଥିବା ଦେଖିବାକୁ ମିଳିଛି।

ବିଦ୍ୟାଳୟର କାନ୍ଥ ଗୁଡିକରେ ମହାପୁରୁଷ ମାନଙ୍କ ସହ ଦେଶର ସମସ୍ତ ରାଷ୍ଟ୍ରପତିଙ୍କ ଫଟୋ ଚିତ୍ର ରହିଛି। ଡିଆରଡିଏର ପ୍ରକଳ୍ପ ନିର୍ଦେଶକ ବାଳମୁକୁନ୍ଦ ଭୁୟାଁ ଏବଂ ବିଡିଓ ଆଶିଷ କୁମାର ଭୋଇ ଆଜି ଏହି ସ୍କୁଲକୁ ପରିଦର୍ଶନ କରିବାକୁ ଯାଇ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏତେ ଉନ୍ନତଧରଣର ବିଦ୍ୟାଳୟ ସେ ଜୀବନରେ କେବେ ମଧ୍ୟ ଦେଖିନଥିବା କହିଥିଲେ। ଆଗାମୀ ଦିନରେ ପିଲା ମାନେ ଘରୋଇ ସ୍କୁଲରେ ଯେଉଁ ସୁବିଧାସୁଯୋଗ ପାଉଥିଲେ ତାହା ଏହି ସରକାରୀ ବିଦ୍ୟାଳୟରେ ପାଇବେ ବୋଲି କହିଥିଲେ। ତେବେ ଏହି ସ୍କୁଲକୁ ନେଇ ଏବେ ମାଥିଲି ବ୍ଲକ ସହ ସାରା ଜିଲ୍ଲାରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର