ମାଲକାନଗିରି: ଖଇରପୁଟ ବ୍ଲକର ବଣ୍ଡାଘାଟିରେ ଆଜି ଭାଲୁ ମୁହଁରୁ ଝିଅ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲା ମା’`
ଘଟଣା ଅନୁଯାୟୀ ଆଜି ସକାଳେ ବଣ୍ଡାଘାଟିର କିରସାନିପଡ଼ା ଗ୍ରାମର ସମାରି ଶିଶା ଏବଂ ତାଂକ ଝିଅ ଜଂଗଲକୁ କୌଣସି କାମ ଉଦେଶ୍ୟରେ ଯାଇଥିଲେ। ତେବେ ହଠାତ୍ ଏକ ଭାଲୁ ଜଙ୍ଗଲରୁ ବାହାରି ମା’ ଓ ଝିଅକୁ ଆକ୍ରମଣ କରିଥିଲା। ତେବେ ଝିଅ ଉପରେ ଭାଲୁ ଡେଇଁ ପଡି ଆକ୍ରମଣ କରୁଥିବା ବେଳେ ମା’ ଭାଲୁ ସହ ଲଢେଇ କରିଥିଲା।
ଭାଲୁ ଝିଅକୁ ଛାଡି ମା’କୁ ଆକ୍ରମଣ କରିଥିଲା। ଦୀର୍ଘ ସମୟ ଧରି ଭାଲୁ ସହ ମା ସମାରୀ ଲଢେଇ କରିବା ପରେ ଭାଲୁ ଜଙ୍ଗଲ ଭିତରକୁ ଚାଲିଯାଇଥିଲା। ଭାଲୁ ଆକ୍ରମଣରେ ମା’ ଓ ଝିଅ ଗୁରୁତର ହୋଇଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ମା’ ଓ ଝିଅଙ୍କୁ ପ୍ରଥମେ ଖଇରପୁଟ ମେଡିକାଲରେ ଭର୍ତ୍ତି କରିଥିଲେ।
ତେବେ ଡାକ୍ତରଙ୍କ ପରାମର୍ଶରେ ପୁଣି ମାଲକାନଗିରି ମେଡିକାଲକୁ ଅଣାଯାଇଥିଲା। ଏମାନେ ଗରିବ ହୋଇଥିବାରୁ ସରକାରଙ୍କ ତରଫରୁ ସହାୟତା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/faf13c6c-a072-436a-a62c-7fa4dc048656.jpg)