ରାମଚନ୍ଦ୍ରପୁର : ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ବରାଙ୍ଗ ସଂରକ୍ଷିତ ଜଙ୍ଗଲ ନିକଟ ପୁରୁଣାବାନ୍ଧଗୋଡା ଗାଁରୁ ଦୁଇଦିନ ତଳେ ଉଦ୍ଧାର ହୋଇଥିବା ଭାଲୁର ମୃତ୍ୟୁ ଘଟିଛି । ଭାଲୁଟିକୁ ଶନିବାର ହଦଗଡ଼ ଅଭୟାରଣ୍ୟରେ ଛଡ଼ା ଯାଇଥିିଲା। ଗତକାଲି ସନ୍ଧ୍ୟାରେ ତା'ର ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଭାଲୁଟି ଦୁଇଦିନ ତଳେ ପୁରୁଣାବାନ୍ଧଗୋଡ଼ା ଗାଁରେ ପଶି ଉତ୍ପାତ କରିଥିଲା। ଭାଲୁ ଆକ୍ରମଣରେ ଦୁଇଜଣ ଗ୍ରାମବାସୀ ଆହତ ହୋଇଥିବାବେଳେ ଭାଲୁ ଦୁଇଟି ବାଇକ୍ ଭାଙ୍ଗି ଦେଇଥିଲା। ଖବର ପାଇ ଆନନ୍ଦପୁରରୁ ବନ ବିଭାଗର ଏକ ଉଦ୍ଧାରକାରୀ ଦଳ ପୁରୁଣାବାନ୍ଧଗୋଡ଼ାରେ ପହଞ୍ଚି ଜାଲ ବିଛାଇ ଭାଲୁକୁ କାବୁ କରିଥିଲେ । ଭାଲୁଟିକୁ ହଦଗଡ଼ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ତା'ର ଗତିବିଧି ଉପରେ ବନ ବିଭାଗ ନଜର ରଖିଥିଲା। ରବିବାର ସନ୍ଧ୍ୟାରେ ବନ କର୍ମଚାରୀ ଜଙ୍ଗଲରେ ପାଟ୍ରୋଲିଂ କରୁଥିବା ବେଳେ ଭାଲୁଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଆଜି ସକାଳେ ତା'ର ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ବୟସାଧିକ୍ୟ ଯୋଗୁଁ ଭାଲୁର ମୃତ୍ୟୁ ଘଟିଛି ବୋଲି କୁହାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଆନନ୍ଦପୁର ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/l_bear-1473007291_835x547.jpg)