ନରଦା ଆଶ୍ରମ ସ୍କୁଲରେ ପଶିଲା ଭାଲୁ

ରାମଚନ୍ଦ୍ରପୁର : ଘସିପୁରା ବ୍ଲକ ଅନ୍ତର୍ଗତ ଗଡ଼ବାନ୍ଧଗୋଡା ପଞ୍ଚାୟତ ନରଦା ଉପର ସାହିର ବଳରାମ ଜେନାଙ୍କ ଘରେ ଗତ ରାତିରେ ଏକ ଭାଲୁ ପଶିଯାଇଥିଲା । ସକାଳୁ ପରିବାର ଲୋକଙ୍କ ପାଟି ଶୁଣି ଗାଁ ଲୋକେ ଠେଙ୍ଗା ବାଡି ଧରି ଭାଲୁକୁ ଘଉଡାଇବାରୁ ଭାଲୁଟି ପଦାକୁ ବାହାରି ଗାଁ ଦାଣ୍ଡରେ ଏଣେତେଣେ ଦୌଡ଼ିଥିଲା। ପରେ ଭାଲୁଟି ନରଦା ଆଶ୍ରମ ସ୍କୁଲ ଭିତରକୁ ପଶି ଯାଇଥିଲା। ଲୋକେ ପାଟିତୁଣ୍ଡ କରି ଘଉଡ଼ାଇବାରୁ ଭାଲୁଟି ସ୍କୁଲ ପରିସରରୁ ବାହାରି ଜୀବନ ବିକଳରେ ଗାଁ ନିକଟ କାଜୁ ଜଙ୍ଗଲକୁ ଚାଲି ଯାଇଥିଲା। ଗତ କିଛି ଦିନ ହେଲା ଗାଁ ନିକଟ କାଜୁ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଭୟରେ ଭାଲୁ ଗାଁ ମୁହାଁ ହେଉଛନ୍ତି ବୋଲି ଲୋକେ କହୁଛନ୍ତି। ଭାଲୁ ଗାଁରେ ଖୋଲାମେଲାରେ ବୁଲୁଥିବାରୁ ଗଡ଼ବାନ୍ଧୋଗୋଡ଼ା, ନରଦା, କରଡାମାଳି, ଗୁଡିଆଡିହ, ପଟିଲୋ ବୋହୁଗଡିଆ କଇଁସିଆରି, ଭାଲୁକା, ସୁଆଁଳୋ ପ୍ରଭୃତି ଗ୍ରାମର ଲୋକ ଭୟଭୀତ ଅବସ୍ଥାରେ ଅଛନ୍ତି। ସଂଜ ହେଲେ ଭାଲୁ ଭୟରେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି।

ସମ୍ବନ୍ଧିତ ଖବର