ସ୍କୁଲ ଭିତରକୁ ଭାଲୁ ପଶିଲା, ଶିକ୍ଷକ ଓ ଛାତ୍ରଛାତ୍ରୀ ଆତଙ୍କିତ

ମାଲକାନଗିରି: ଖଇରପୁଟ ବ୍ଲକର ଗୋବିନ୍ଦପାଲ୍ଲୀ ଏସଏସଡି ହାଇସ୍କୁଲ ଭିତରକୁ ଭାଲୁ ପଶିଲା।ଏଭଳି ଦୃଶ୍ୟ କଏଦ ହୋଇଛି ସ୍କୁଲରେ ଥିବା ସିସି ଟିଭିରେ। ପ୍ରତ୍ୟେକ ଦିନ ରାତ୍ରିରେ ସ୍କୁଲର ଗେଟକୁ ଚଢି ଭାଲୁ ସ୍କୁଲ ପରିସର ଭିତରକୁ ପଶୁଛି। ସ୍କୁଲ ଭିତରକୁ ପଶି ଖାଦ୍ୟ ଅନ୍ବେଷଣ କରୁଥିବା ଦେଖିବାକୁ ମିଳିଛି।

ପ୍ରକାଶ ଥାଉକି ଭାଲୁ ଗଛ କାନ୍ଥ ଏବଂ ଗେଟ ସହଜରେ ଚଢିପାରେ। ତେଣୁ ସ୍କୁଲ ହୋତା ଭିତରକୁ ପଶି  ଖାଦ୍ୟ ଖୋଜୁଥିବାର ଦୃଶ୍ୟ ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କୁ ଆତଙ୍କିତ କରିଛି। କୌଣସି ମୁହୁର୍ତ୍ତରେ ଭାଲୁ କାହାକୁ ବି ଆକ୍ରମଣ କରିପାରେ। ତେଣୁ ବନ ବିଭାଗ ତରଫରୁ ଏନେଇ ବିହିତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ପ୍ରକାଶ ଥାଉକି ଏହି ବିଦ୍ୟାଳୟଟି ଆବାସିକ ବିଦ୍ୟାଳୟ ହୋଇଥିବାରୁ ଏଠାରେ ଛାତ୍ରଛାତ୍ରୀ ରହୁଛନ୍ତି। ତେବେ ରାତ୍ରିରେ ଯଦି କୌଣସି ପିଲା କିମ୍ବା ଶିକ୍ଷକ ବାହାରକୁ ବାହାରନ୍ତି ତେବେ ଭାଲୁର ଆକ୍ରମଣର ଶିକାର ହୋଇପାରନ୍ତି ବୋଲି କୁହାଯାଇଛି। ପୂର୍ବରୁ ମଧ୍ୟ ଅନେକ ଥର ଭାଲୁ ଗେଟ ଡେଇ ସ୍କୁଲ ପରିସର ଭିତରକୁ ପଶି ଖାଦ୍ୟ ଅନ୍ବେଷଣ କରିଛି। ବନ ବିଭାଗ ତରଫରୁ ଭାଲୁକୁ କାବି କରି ଦୁର ଜଂଗଲରେ ଛାଡିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର