ଗଛ ଚଢ଼ି ୨୦ ଫୁଟ ଉପରେ ବସି ରହିଲା ଭାଲୁ; ଗ୍ରାମବାସୀ ଭୟଭୀତ : ଦେଖନ୍ତୁ ଭିଡିଓ

ନବରଙ୍ଗପୁର: ଗୁରୁବାର ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗଜିଆଗୁଡ଼ା ଗାଁରେ ଥିବା ଏକ ଅଶ୍ୱସ୍ଥ ଗଛ ଉପରେ ଭାଲୁ ବସିଥିବା ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଏହି ଭାଲୁଟି ଗଛର ପ୍ରାୟ ୨୦ଫୁଟ ଉପରକୁ ଚଢ଼ି ୫ ଘଣ୍ଟାରୁ ଉର୍ଦ୍ଧ୍ଵ ସମୟ ଧରି ଗଛ ଉପରେ ଶୋଇ ରହିଥିବା ଗ୍ରାମବାସୀ କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ସକାଳ ୧୦ଟା ସମୟରେ ଗଜିଆଗୁଡ଼ା ଗାଁର ଦୁଇଜଣ ମହିଳା ନଦୀକୁ ଯାଉଥିଲେ। ଏହି ନଦୀ ରାସ୍ତାରେ ଥିବା ଏକ ଅଶ୍ୱସ୍ଥ ଗଛ ଉପରେ ହଠାତ ଦୁହିଁଙ୍କ ଆଖି ପଡ଼ି ଯାଇଥିଲା। ମହିଳା ଦୁହେଁ ଅଶ୍ୱସ୍ଥ ଗଛ ଉପରେ ଏକ ବଡ଼ ଭାଲୁ ବସିଥିବା ଦେଖି ଭୟରେ ଗାଁ ଭିତରକୁ ଦୌଡ଼ି ଚାଲି ଆସି ଗ୍ରାମବାସୀଙ୍କୁ ଖବର ଦେଇଥିଲେ।

ମହିଳାଙ୍କଠାରୁ ଖବର ପାଇବା ପରେ ଭାଲୁକୁ ଦେଖିବା ପାଇଁ ଆଖପାଖ ଅଞ୍ଚଳ ଲୋକମାନେ ଅଶ୍ୱସ୍ଥଗଛ ନିକଟକୁ ଧାଇଁ ଯାଇଥିଲେ। ଗଛ ଉପରେ ଭାଲୁ ବସିଥିବା ଘଟଣା ବିଷୟରେ ଖବର ପାଇ ନବରଙ୍ଗପୁର ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉକ୍ତ ସ୍ଥାନରୁ ଦୂରକୁ ଯିବାକୁ ପରାମର୍ଶ ଦେଇଥିଳେ । ଅଶ୍ୱସ୍ଥଗଛ ନିକଟସ୍ଥ ଅଞ୍ଚଳ ଖାଲି କରିବା ପରେ ବନ ବିଭାଗ କର୍ମଚାରୀ କିଛି ଦୂରରେ ଅପେକ୍ଷା କରି ଭାଲୁଟିକୁ ଗଛରୁ ଓହ୍ଲାଇ ଚାଲିଯିବାର ବନ୍ଦୋବସ୍ତ କରିଥିଲେ।

ସମ୍ବନ୍ଧିତ ଖବର