ରାମଚନ୍ଦ୍ରପୁର: ଘସିପୁରା ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ଜରଦା ଶିବ ମନ୍ଦିର ନିକଟରେ ଆଜି ସକାଳୁ ଏକ ହିଂସ୍ର ଭାଲୁ ବୁଲୁଥିବା ଲୋକେ ଦେଖି ଭୟଭୀତ ହୋଇପଡ଼ିଥିଲେ। ଗାଁରେ ତାଟିକବାଟ ପଡ଼ିଯାଇଥିବା ବେଳେ କିଛି ଲୋକେ ଭାଲୁ ଦେଖିବା ପାଇଁ ମନ୍ଦିର ନିକଟରେ ରୁଣ୍ତ ହୋଇ ହୋହଲ୍ଲା କରିବାରୁ ଭାଲୁଟି ମନ୍ଦିର ନିକଟରେ ଥିବା ଏକ ବୁଦା ମୂଳରେ ପଶି ଲୁଚି ଯାଇଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ଆନନ୍ଦପୁର ଡିଏଫଓ ଅଜିତକୁମାର ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର କର୍ମଚାରୀ ପହଞ୍ଚି ଦିନ ତମାମ୍ ଭାଲୁ ଲୁଚି ରହିଥିବା ମନ୍ଦିର ପରିସରକୁ ଘେରାବନ୍ଦୀ କରି ରଖିଥିଲେ। ସଂଧ୍ଯା ସମୟରେ ଭାଲୁ ବୁଦାରୁ ବାହାରି ଗାଁମୁହାଁ ହେବା ସମ୍ଭାବନା ଥିବାରୁ ବନବିଭାଗ ତରଫରୁ ପାଖଆଖ ଗାଁରେ ଡାକବାଜି ଯନ୍ତ୍ର ସାହାଯ୍ଯରେ ସତର୍କ ରହିବାକୁ ସୂଚନା ଦିଆଯାଇଥିଲା।ଏଥିସହ ରାମଚନ୍ଦ୍ରପୁର ପୁଲିସ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଥିଲା। ସୂଚନା ମୁତାବକ ଭାଲୁଟି ସଂଧ୍ଯା ୭ଟା ପରେ ମନ୍ଦିର ପରିସରରୁ ବାହାରି ପଳାଇ ଯାଇଥିବା ଫରେଷ୍ଟଗାର୍ଡ ଅବିନାଶ ପରିଡ଼ା କହିଛନ୍ତି।
ଜରଦା ଗାଁରେ ପଶିଲା ଭାଲୁ, ଲୋକେ ଆତଙ୍କିତ
/sambad/media/post_attachments/wp-content/uploads/2021/06/035955b0-4522-45eb-9376-dc10adc04d22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)