ଉମରକୋଟ : ଭାଲୁ ଖେଳୁଛନ୍ତି ଫୁଟବଲ ! ଏଭଳି ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁର୍ତୁମା ପଂଚାୟତ ସୁକିଗାଁରେ ।
ମିଳିଥିବା ସୂଚନା ମୁତାବକ ରବିବାର ସକାଳେ ସୁକିଗାଁ ପଡ଼ିଆରେ ଗ୍ରାମର ପିଲା ମନେ ଫୁଟବଲ ଖେଳିବାକୁ ଯାଇଥିଲେ । ଖେଳ ଚାଲିଥିବା ବେଳେ ହଠାତ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟରୁ ପଡ଼ିଆକୁ ପଳେଇଆସିଥିଲେ । ଫଳରେ ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ । ଏହି ସମୟରେ ଉଭୟ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ । ପିଲାମାନେ ଦୂରରୁ ରହି ଏହି ଖେଳର ମଜା ନେଇଥିଲେ । ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/WhatsApp-Image-2021-09-12-at-14.38.56.jpeg)